ଢେଙ୍କାନାଳ: ଜିଲ୍ଲା ପରଜଙ୍ଗ ପାଣିଗେଙ୍ଗୁଟିଆରେ ହାତୀ ଆକ୍ରମଣରେ ପୁଣି ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ପରଜଙ୍ଗ ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣ ଯୋଗୁଁ ଚାଷୀଙ୍କର ମୃତ୍ୟୁ ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ତେବେ ହାତୀ ଆକ୍ରମଣରେ ବାରମ୍ବାର ଜୀବନ ଯାଉଥିବାରୁ ସୁରକ୍ଷା ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଅଧିକ ଦେଖିବାକୁ ମିଳୁଥିବାବେଳେ ହାତୀ ଆକ୍ରମଣଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏପରିସ୍ଥଳେ ମହାବିରୋଡ଼ ରେଞ୍ଜ ପାଣିଗେଙ୍ଗୁଟିଆ ଗାଁରେ ହାତୀ ଆକ୍ରମଣରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣକ ପରଜଙ୍ଗ ଥାନା ପାଣିଗେଙ୍ଗୁଟିଆ ଗାଁର ଫକୀର ଭୋଇ ।
ସୂଚନା ଅନୁଯାୟୀ ଫକୀର ଆଜି(ମଙ୍ଗଳବାର) ସକାଳୁ ପାଣିଗେଙ୍ଗୁଟିଆ ଗ୍ରାମ ନିକଟସ୍ଥ ଅସନନାଳୀ ଅଞ୍ଚଳର ଚାଷଜମିକୁ ନଡ଼ା ବାନ୍ଧିବାକୁ ଯାଇଥିଲେ । ଏହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରି ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଫକୀରଙ୍କ ମୃତ୍ୟୁ ଘଟିଛି । ପାଖ ଜମିରେ କାମ କରୁଥିବା ଅନ୍ୟ ଚାଷୀମାନେ ହାତୀ କବଳରୁ ଖସି ଆସି ଗ୍ରାମବାସୀ ଓ ପରିବାର ଲୋକଙ୍କୁ ଘଟଣା ବାବଦରେ ଜଣାଇଥିଲେ ।