ଢେଙ୍କାନାଳ:ଲଗାଣ ବର୍ଷା ହେଲା କାଳ । ଲଘୁଚାପ ଜନିତ ବର୍ଷା ଯୋଗୁଁ ଭାସିଗଲେ ଚାଷୀ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଗାଁରେ । ମୃତ ଚାଷୀ ଜଣକ ହେଲେ ତୁମୁସିଙ୍ଗାର କାଳିଆ ନାୟକ ।
ନାଳ ପାଣିରେ ଭାସିଗଲେ ଚାଷୀ, ଗାଁରେ ଶୋକର ଛାୟା - ନାଳ ପାଣିରେ ଭାସିଗଲେ ଚାଷୀ
ଗତ କିଛି ଧରି ହେଲାଣି ରାଜ୍ୟରେ ଲାଗାଣ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ଢେଙ୍କାନାଳରେ ଏକ ଅଘଟଣ ଘଟିଛି । ନାଳ ପାଣିରେ ଜଣେ ଚାଷୀ ଭାସିଯାଇ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ
ନାଳ ପାଣିରେ ଭାସିଗଲେ ଚାଷୀ,ଗାଁରେ ଶୋକର ଛାୟା
ସୂଚନା ଅନୁସାରେ,ବୁଧବାର ଅପରାହ୍ନରେ ତୁମୁସିଙ୍ଗା ଗାଁର ଚାଷୀ କାଳିଆ ନିଜ ପୋଟଳ ବାଡିକୁ ଯାଇଥିଲେ । ହେଲେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବାଡି ନିକଟକୁ ଯାଇ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କୁ ପାଇ ନଥିଲେ । ଆଜି ନାଳରୁ ପାଣି କମିଯିବା ଫଳରେ ତାଙ୍କ ମୃତଦେହ ସେହି ନାଳରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି । ସେପଟେ ଏ ଘଟଣାକୁ ନେଇ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଛି ।
ଇଟିଭି ଭାରତ,ଢେଙ୍କାନାଳ