ଢେଙ୍କାନାଳ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ଲାଗି ରହିଥିବାରୁ ଗାଁ ଗଣ୍ଡାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଅବସ୍ଥା ସଙ୍ଗୀନ ହୋଇପଡିଛି । କେଉଁଠି ପାଚେରୀ ଭାଙ୍ଗି ପଡିଲାଣି ତ ଆଉ କେଉଁଠି ଗାଁ ଭିତରେ ପାଣି ପଶିଯାଇଛି । ଏପରିସ୍ଥଳେ ଖୋଦ ଦେବାଦେବୀଙ୍କ ମନ୍ଦିର ଅବସ୍ଥା ମଧ୍ୟ ଏହି ଲଗାଣ ବର୍ଷାରେ ସ୍ଥିତି ଜଟିଳ ହୋଇପଡିଛି ।
ବିଶେଷକରି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାସ ପୀଠର ଅବସ୍ଥା ବେହାଲ ହୋଇପଡିଛି । ପୀଠର ଉପରିଭାଗରୁ ବର୍ଷା ପାଣି ମାଡ଼ି ଆସି ମନ୍ଦିର ବେଢା ଜଳମଗ୍ନ ହୋଇଯାଇଛି । ତେବେ ପାହାଚ ରାସ୍ତା ଓ ବାରବାଙ୍କ ରାସ୍ତାରେ ମାଡିଚାଲିଛି ବର୍ଷା ପାଣିର ସୁଅ । ଫଳରେ ଠାକୁରଙ୍କର ନୀତିକାନ୍ତି ବାଧାପ୍ରାପ୍ତ ହୋଇଛି ।