ଓଡିଶା

odisha

By

Published : Feb 16, 2022, 7:51 AM IST

ETV Bharat / state

ଝାଡ଼ବତୀରେ ମହିମା ସନ୍ୟାସୀଙ୍କ ଚାଲିଛି ଘୃତହୁତି

ମଙ୍ଗଳବାରରୁ ବିଶ୍ୱପ୍ରସିଦ୍ଧ ଜୋରନ୍ଦା ମେଳା ଆରମ୍ଭ ହୋଇଛି । କୋଭିଡ କଟକଣା ସତ୍ତ୍ବେ ଏକତ୍ରିତ ହେଲେ ହଜାର ହଜାର ଭକ୍ତ । ଅଧିକ ପଢନ୍ତୁ

ଗାଦୀ ମନ୍ଦିର ଚାରିଦ୍ୱାରରେ ଝାଡ଼ବତୀରେ ମହିମା ସନ୍ୟାସୀଙ୍କ ଘୃତହୁତି
ଗାଦୀ ମନ୍ଦିର ଚାରିଦ୍ୱାରରେ ଝାଡ଼ବତୀରେ ମହିମା ସନ୍ୟାସୀଙ୍କ ଘୃତହୁତି

ଢେଙ୍କାନାଳ: ମଙ୍ଗଳବାରରୁ ବିଶ୍ୱପ୍ରସିଦ୍ଧ ଜୋରନ୍ଦା ମେଳା ଆରମ୍ଭ ହୋଇଛି । ଚଳଚଞ୍ଚଳ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମାଗାଦି । କୋଭିଡ କଟକଣା ମଧ୍ୟରେ ମଠକୁ ଆସୁଛନ୍ତି ଶ୍ରଦ୍ଧାଳୁ । ଜଗତର କଲ୍ୟାଣ ପାଇଁ ଗାଦୀ ମନ୍ଦିର ୪ ଦ୍ୱାରରେ ଝାଡ଼ବତୀରେ ମହିମା ସନ୍ୟାସୀଙ୍କ ଚାଲିଛି ଘୃତହୁତି ।

ଗାଦୀ ମନ୍ଦିର ଚାରିଦ୍ୱାରରେ ଝାଡ଼ବତୀରେ ମହିମା ସନ୍ୟାସୀଙ୍କ ଘୃତହୁତି


କୋଭିଡ ଯୋଗୁଁ କେବଳ ନୀତିକାନ୍ତିରେ ଚାଲିଛି ମେଳା । ସନ୍ଧ୍ୟା ପରଠାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳି ଥିବାବେଳେ ଅଲେଖ ମହିମା ଶରଣ ଧ୍ୱନୀରେ ସମଗ୍ର ମହିମାଗାଦି ପ୍ରକମ୍ପିତ ହୋଇଉଠିଛି । ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିବା ଝାଡଦୀପରେ ମହିମାଗାଦି ଚାରିଦ୍ୱାରରେ ଜଗତର କଲ୍ୟାଣ ସକାଶେ ପ୍ରଜ୍ବଲିତ କରାଯାଇଛି । ଏହି ଦୀପରେ ମହିମା ସାଧୁମାନେ ମହଣ ମହଣ ଘିଅ ଘୃତାହୁତ କରୁଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details