ଢେଙ୍କାନାଳ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗକୁ ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡିକାଲରେ ଦେଖାଦେଇଥିଲା ଉତ୍ତେଜନା । ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାରଲୋକେ । ଯାହାକୁ ନେଇ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଡାକ୍ତରଖାନାରେ ବିକ୍ଷୋଭ ପରେ କାମାକ୍ଷାନଗର ଥାନା ଅଧିକାରୀ ସଦଳବଳେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଘଟଣାର ତଦନ୍ତ କରୁଛି ।
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଚାପା ଉତ୍ତେଜନା - ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡିକାଲରେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପରିବାର ପକ୍ଷରୁ ହସ୍ପିଟାଲ ପରିସରରେ ଜୋରଦାର ଉତ୍ତେଜନା ପାଇଥିଲା । ଅଧିକ ପଢନ୍ତୁ...
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ
ଶୁକ୍ରବାର ଅପରାହ୍ନ 1ଟା ବେଳକୁ କାମାକ୍ଷାନଗର ଥାନା କାନପୁର ଗାଁର ସରୋଜ ରାଉତ ଅସୁସ୍ଥ ହୋଇପଡିଥିଲେ । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ରୋଗୀଙ୍କୁ ଦେଖିବା ପରେ ଅକ୍ସିଜେନ ଲଗାଇବାକୁ କହିଥିଲେ । ହେଲେ ମେଡିକାଲରେ ଅକ୍ସିଜେନ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Oct 31, 2020, 8:40 AM IST