ଢେଙ୍କାନାଳ: ବ୍ରାଉନସୁଗାର ପରି ଚୋରା ବେପାରରେ ପୁରା ପରିବାର । ଏପରି ସୂଚନା ପାଇ ଅଚାନକ ଟାଉନ ଥାନା ଅଧିକାରୀ ନମିତା ନାୟକ ସଦଳବଳେ ଢେଙ୍କାନାଳ ସହରର ବାଜିଚୌକ ଅଞ୍ଚଳର ଅଭୟ ବେହେରାଙ୍କ ଘରେ ଚଢ଼ାଉ କରିଥିଲା ।
ବ୍ରାଉନସୁଗାର କାରବାରରେ ଗୋଟିଏ ପରିବାରର ମା, ବାପା ଓ ପୁଅ ଗିରଫ - ବ୍ରାଉନ ସୁଗାର କାରବାରରେ ମା, ବାପା ଓ ପୁଅ ଗିରଫ
ବ୍ରାଉନସୁଗାର ବିକ୍ରି ବେଳେ ଢେଙ୍କାନାଳ ଟାଉନ ଥାନା ଚଢ଼ାଉ କରି ପ୍ରାୟ ୧୪ ଗ୍ରାମ ବ୍ରାଉନସୁଗାର ସହ ଓଜନ ମେସିନ ଜବତ କରିବା ସହ ଗୋଟିଏ ପରିବାରର ମା’ ବାପା ଓ ପୁଅକୁ ଗିରଫ କରିଛି । ଅଧିକ ପଢନ୍ତୁ...
ବ୍ରାଉନ ସୁଗାର କାରବାରରେ ଗୋଟିଏ ପରିବାରର ମା, ବାପା ଓ ପୁଅ ଗିରଫ
ଏହି ଚଢ଼ାଉ ବେଳେ ବିକ୍ରି ପାଇଁ ଛୋଟ ଛୋଟ ପୁଡ଼ିଆ କରୁଥିବା ବେଳେ ଅଭୟ ବେହେରା, ତାଙ୍କ ପତ୍ନୀ ବଦାନୀ ବେହେରା ଓ ପୁଅ ଡିଲେଶ୍ୱର ବେହେରାଙ୍କୁ ଗିରଫ କରିଛି । ତାଙ୍କ ଠାରୁ ପୋଲିସ ୧୩ ଗ୍ରାମ ୭୩ ମିଲିଗ୍ରାମ ବ୍ରାଉନସୁଗାର, ଓଜନ ମେସିନ ଓ ଆଲୁମିନିୟମ ଫଏଲ ଆଦି ଜବତ କରିଛି । ଏହି ଘଟଣାରେ ବାପା, ମା’ ଓ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ପୋଲିସ ।
ବ୍ରାଉନ ସୁଗାର କାରବାରରେ ଗୋଟିଏ ପରିବାରର ମା, ବାପା ଓ ପୁଅ ଗିରଫ
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ