ଓଡିଶା

odisha

ETV Bharat / state

ମେଟାଲ ବୋଝେଇ ଟ୍ରକରୁ ଚାନ୍ଦା ଆଦାୟ ଘଟଣା, ନକଲି ତହସିଲଦାର ଗିରଫ - ଢେଙ୍କାନାଳ ସହର

ଚାନ୍ଦା ଆଦାୟ ମହଙ୍ଗା ପଡିଲା । ନକଲି ତହସିଲଦାର ସାଜି ଟ୍ରକରୁ ଚାନ୍ଦା ଆଦାୟ ଘଟଣାରେ ଗିରଫ ହେଲେ 2 ଯୁବକ ।ଅଧିକ ପଢନ୍ତୁ...

ମେଟାଲ ବୋଝେଇ ଟ୍ରକରୁ ଚାନ୍ଦା ଆଦାୟ ଘଟଣା: ନକଲି ତହସିଲଦାର ସମେତ ଜଣେ ସାଥି ଗିରଫ
ମେଟାଲ ବୋଝେଇ ଟ୍ରକରୁ ଚାନ୍ଦା ଆଦାୟ ଘଟଣା: ନକଲି ତହସିଲଦାର ସମେତ ଜଣେ ସାଥି ଗିରଫ

By

Published : Jul 7, 2021, 6:38 AM IST

ଢେଙ୍କାନାଳ:ନିଜକୁ ତହସିଲଦାର ବୋଲି ପରିଚୟ ଦେଇ ସାଥି ସାଙ୍ଗଙ୍କ ସହ ମିଶି କରୁଥିଲେ ଚାନ୍ଦା ଆଦାୟ । NH-୫୫ରେ ଦେଇ ଯା ଆସ କରୁଥିବା ବିଭିନ୍ନ ପଥର, ବାଲି ଓ ମେଟାଲ ବୋଝେଇ ଟ୍ରକ ମାନଙ୍କୁ କରୁଥିଲେ ଟାର୍ଗେଟ । କିନ୍ତୁ ଏହି ନକଲି ତହସିଲଦାର ଓ ତାଙ୍କର ଅନ୍ୟ ସାଥି ମାନେ ଅସଲି ପୁଲିସ ହାବୁଡ଼ରେ ପଡି ଗିରଫ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଟାଉନ ଅଞ୍ଚଳରେ ।

ମେଟାଲ ବୋଝେଇ ଟ୍ରକରୁ ଚାନ୍ଦା ଆଦାୟ ଘଟଣା: ନକଲି ତହସିଲଦାର ସମେତ ଜଣେ ସାଥି ଗିରଫ

ଏନେଇ ଢେଙ୍କାନାଳ ଟାଉନ ଥାନା ପୁଲିସ ଏହି ଘଟଣାରେ ଏକ ବୋଲେରୋକୁ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି । ତେବେ ଅନ୍ୟଜଣେ ଫେରାର ହୋଇଯାଇଥିବା ନେଇ ସୂଚନା। ଗିରଫ ଦୁଇଜଣ ସଦର ଥାନା ଅନ୍ତର୍ଗତ ସିଆରିଆ ଗ୍ରାମର ଅଶ୍ବିନୀ ଧଳ ଓ କାଳୁ ଦୋରା ବୋଲି ଜଣାପଡିଛି । ନିଜକୁ ତହସିଲଦାର ଓ ତହସିଲ ଅଫିସ କର୍ମଚାରୀ ଭାବେ ନକଲି ପରିଚୟ ଦେଇ ଏମାନେ ୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ସହରର ଉପଖଣ୍ଡ ଆନନ୍ଦ ନଗର ନିକଟରେ ବିଭିନ୍ନ ଟ୍ରକରୁ ଚାନ୍ଦା ଆଦାୟ କରୁଥିଲେ ।

ତେବେ ଗତ ରାତିରେ ଗୁଡ଼ିଆ କାଟେଣି ଅଞ୍ଚଳରୁ ମେଟାଲ ବୋଝେଇ କରି ଜଗତସିଂହପୁରର ରଘୁନାଥପୁର ଅଞ୍ଚଳକୁ ଯାଉଥିବା ଟ୍ରକକୁ ଅଟକାଇ ଚାନ୍ଦା ଆଦାୟ କରୁଥିବାବେଳେ ଖବର ପାଇ ଟାଉନ ପୁଲିସ ପହଞ୍ଚି ସେମାନଙ୍କୁ କାବୁ କରିଛି । ତେବେ ଘଟଣାସ୍ଥଳରେ ଦୁଇଜଣ ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ପୁଲିସ ଏ ସମ୍ପର୍କରେ ଅଧିକ ତଦନ୍ତ କରୁଥିବା ନେଇ ପ୍ରକାଶ କରିଛନ୍ତି ଟାଉନ ଥାନାଧିକାରୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details