ଓଡିଶା

odisha

ETV Bharat / state

ଭିକ୍ଷୁକ ବସ୍ତିରେ ପ୍ରଶାସନର ଉନ୍ନତିକରଣ, ଇଟିଭି ଭାରତକୁ ଧନ୍ୟବାଦ ସଭିଙ୍କ ସାଧୁବାଦ - ପ୍ରଶାସନର ଉନ୍ନତିକରଣ

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଢେଙ୍କାନାଳ ସହରର ଷ୍ଟେସନ ନିକଟସ୍ଥ ଏକ ବସ୍ତିରେ ପହଁଚିଛି ପ୍ରଶାସନ । ଦୁର୍ବିସହ ଭାବେ ଜୀବନ ଅତିବାହିତ କରୁଥିବା ଭିକ୍ଷୁକମାନଙ୍କ ପାଇଁ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ କରି ଥଇଥାନ ପାଇଁ ଉଦ୍ୟମ କରିଛି ପ୍ରଶାସନ । ସେପଟେ ଇଟିଭି ଭାରତରେ ଏହି ପ୍ରୟାସକୁ ଧନ୍ୟବାଦ ଦେବା ସହ କୋହ ସମ୍ଭାଳି ପାରିନାହାଁନ୍ତି ବସ୍ତି ଅଧିବାସୀ । ଅଧିକ ପଢନ୍ତୁ..

ଭିକ୍ଷୁକ ବସ୍ତିରେ ପ୍ରଶାସନର ଉନ୍ନତିକରଣ, ଇଟିଭି ଭାରତକୁ ଧନ୍ୟବାଦ ସଭିଙ୍କ ସାଧୁବାଦ
ଭିକ୍ଷୁକ ବସ୍ତିରେ ପ୍ରଶାସନର ଉନ୍ନତିକରଣ, ଇଟିଭି ଭାରତକୁ ଧନ୍ୟବାଦ ସଭିଙ୍କ ସାଧୁବାଦ

By

Published : Jul 10, 2020, 6:14 PM IST

ଢେଙ୍କାନାଳ: ମହାମାରୀ କୋରୋନାକୁ ଫଳରେ ଲକ ଡାଉନ ହୋଇଯିବା ପରେ ଢେଙ୍କାନାଳରେ ଭିକାରୀ ମାନଙ୍କ ଅବସ୍ଥାକୁ ନେଇ ଇଟିଭି ଭାରତ କରିଥିଲା ଖବର ପ୍ରସାରଣ । ଢେଙ୍କାନାଳ ସହର ଷ୍ଟେସନ ପଛପାଖରେ ଥିବା ଜଗନ୍ନାଥ ବସ୍ତିର ଭିକ୍ଷୁକ ମାନଙ୍କ ଦୁର୍ଦ୍ଦିନ ଅବସ୍ଥାର ନିଚ୍ଛକ ଚିତ୍ର ପ୍ରସାରଣ କରିଥିଲା ଇଟିଭି ଭାରତ । ଏପରିକି ବିଦ୍ୟୁତ ଓ ପିଇବା ପାଣି ଠାରୁ ଆରମ୍ଭ କରି ଭିକ୍ଷା ମୁଠାଏ ନ ପାଇ ସେମାନଙ୍କ ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇପଡିଥିଲା । ତେବେ ଖବର ପ୍ରସାରଣ ପରେ ପ୍ରଶାସନର ଏକ ଟିମ ଏହି ବସ୍ତିରେ ପହଁଚିଥିଲେ ।

ଭିକ୍ଷୁକ ବସ୍ତିରେ ପ୍ରଶାସନର ଉନ୍ନତିକରଣ, ଇଟିଭି ଭାରତକୁ ଧନ୍ୟବାଦ ସଭିଙ୍କ ସାଧୁବାଦ

ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀ, ପିଏଚଡ଼ି ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସେସୁର ଯନ୍ତ୍ରୀ ପ୍ରମୁଖ ଏହି ଦଳରେ ସାମିଲ ଥିଲେ । ପୌର ସଂସ୍ଥା ପକ୍ଷରୁ ଏମାନଙ୍କୁ ଚିହ୍ନଟ କରି ତୁରନ୍ତ ବିଦ୍ୟୁତ ସଂଯୋଗ କରାଯାଇଥିଲା । ଅପର ପକ୍ଷରେ ପିଏଚଡି ପକ୍ଷରୁ ପାନୀୟ ଜଳ ପାଇଁ ଏକ ସିନଟେକ୍ସ ଟାଙ୍କି ଥୋଇ ପାଇପ ସଂଯୋଗ କରି ପାଣି ଯୋଗାଇଥିବା ଦେଖାଯାଇଛି । ତେବେ ସେମାନଙ୍କ ସ୍ଥାୟୀ ପ୍ରତିକାର ପାଇଁ ସହରର କୋରିଆଁ ଠାରେ ଜାଗା ନେଇ ଥଇଥାନ କରିବାକୁ ଉଦ୍ୟମ କରୁଥିବା ପ୍ରକାଶ କରିଛନ୍ତି ଉଭୟ ଅଧିକାରୀ ।

ଇଟିଭି ଭାରତ ଖବର ପ୍ରରସାରଣଙ୍କୁ ନେଇ ପ୍ରଶାସନର ଏପରି ତ୍ୱରିତ ପଦକ୍ଷେପରେ ବସ୍ତିବାସୀ ଖୁସିରେ କୋହକୁ ସମ୍ଭାଲି ପାରିନଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୀର୍ଘ ବର୍ଷ ଧରି ଦୁର୍ବିସହର ଜୀବନ ବିତାଉଥିବା ବେଳେ ଶେଷରେ ସରକାରୀ ବାବୁମାନେ ସେମାନଙ୍କ ଦୁଃଖ ଶୁଣିଛନ୍ତି । ଖବର ପ୍ରସାରଣ ପରେ ପହଁଚିଛି ପ୍ରଶାସନ । ତେବେ ଆଲୁଅ ଓ ପାଣି ଦେଲା । ତେବେ ଏମାନଙ୍କ ଜୀବିକାକୁ ନେଇ ସ୍ଥାୟୀ ପ୍ରତିକାର ପାଇଁ ଦେଇଥିବା ପ୍ରତିଶୃତି କେବେ ପୁରଣ ହେଉଛି ତାହାକୁ ଅପେକ୍ଷା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ରିପୋର୍ଟ

ABOUT THE AUTHOR

...view details