ଢେଙ୍କାନାଳ:ଇଟିଭି ଭାରତରେ ଖବର ପ୍ରସାରିତ ପରେ ଚେତିଛି ଢେଙ୍କାନାଳ ପ୍ରଶାସନ । ବୃଦ୍ଧ ଓ ରୁଗ୍ଣ ଓଟିକୁ ଗୋଶାଳାକୁ ସ୍ଥାନାନ୍ତରିତ କରିଛି ଜିଲ୍ଲା ପ୍ରଶାସନ । ଓଟ ବୃଦ୍ଧ ଓ ରୁଗ୍ଣ ଯୋଗୁଁ ମାଲିକ ଛାଡି ପଳାଇଥିଲା । ଯାହା ଫଳରେ ଓଟ ଅସୁସ୍ଥ ଥିବା ପରେ ଜଣାପଡିଥିଲା । ଇଟିଭି ଭାରତରେ ଖବର ପ୍ରସାରିତ ପରେ ଜିଲ୍ଲା ପ୍ରାଣୀଧନ ସମ୍ପଦ ବିଭାଗ ପକ୍ଷରୁ ଓଟର ଚିକିତ୍ସା କରାଯାଉଥିବା ଜଣାପଡିଛି । ପଶୁପକ୍ଷୀଙ୍କୁ ପାଳନ କରି ତାଙ୍କ ଅସୁସ୍ଥତା ସମୟରେ ତାଙ୍କୁ ଛାଡି ଦେବା ଅତ୍ୟନ୍ତ ନିନ୍ଦନୀୟ ।
ତେବେ ବୃଦ୍ଧ ଓଟଟିକୁ ତାର ମାଲିକ ଛାଡି ପଳାଇଥିବାରୁ ଗତ ୧୫ଦିନ ହେଲା ବଉଳପୁର ଅଞ୍ଚଳରେ ଗାଁ ଗାଁରେ ଏଣେ ତେଣେ ବୁଲୁଥିଲା। ଏହି ଓଟକୁ ଅଞ୍ଚଳବାସୀ ପନିପରିବା ଖାଇବାକୁ ଦେବା ସହ ଡାଳ ପତ୍ର ଖାଇ ଓଟଟି ଏହି ଅଞ୍ଚଳରେ ରହିଆସୁଥିଲା । ଯାହା ଫଳରେ ଓଟ ପାଇଁ ଏହି ଅଞ୍ଚଳରେ କୁନି କୁନି କୁନି ପିଲା ଅସୁରକ୍ଷିତ ହୋଇପଡିଥିଲେ । ତେବେ ଅଞ୍ଚଳବାସୀ ଓଟଟିକୁ ପନିପରିବା ଖାଇବାକୁ ଦେଉଥିଲେ ମଧ୍ୟ ଓଟର ଚିକିତ୍ସା ଓ ସ୍ଥାନାନ୍ତର ନେଇ ଚିନ୍ତାରେ ଥିଲେ ଗ୍ରାମବାସୀ । ତେବେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଓଟର କ୍ଷତ ଓ ସଂକ୍ରମଣ ନେଇ ଚିକିତ୍ସା ଆରମ୍ଭ କରିଥିଲେ ।