ଢେଙ୍କାନାଳ: କୁରୁଣ୍ଟିସ୍ଥିତ ବିଆରଜି କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ କାରଖାନାର କର୍ମଚାରୀ ଓ ଶ୍ରମିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏପରିକି କାରଖାନା କର୍ମଚାରୀ ଓ ଶ୍ରମିକମାନେ ଭାରତୀୟ ମଜଦୂର ସଙ୍ଘର ସହାୟତାରେ ଢେଙ୍କାନାଳ ସହରରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।
ବିଆରଜି କାରଖାନାର ମନମୁଖୀ କାର୍ଯ୍ୟକୁ କର୍ମଚାରୀଙ୍କ ପ୍ରତିବାଦ - ବିଆରଜି କାରଖାନାର ମନମୁଖୀ କାର୍ଯ୍ୟକୁ ବିରୋଧ
ଢେଙ୍କାନାଳ ସ୍ଥିତ ବିଆରଜି କାରଖାନାର ମନମୁଖୀ କାର୍ଯ୍ୟକୁ ବିରୋଧ କରି କାରଖାନାର କର୍ମଚାରୀ ଓ ଶ୍ରମିକଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...
ବିଆରଜି କାରଖାନାର ମନମୁଖୀ କାର୍ଯ୍ୟକୁ କର୍ମଚାରୀଙ୍କ ପ୍ରତିବାଦ
ବିଆରଜି କାରଖାନାର ମନମୁଖୀ କାର୍ଯ୍ୟକୁ କର୍ମଚାରୀଙ୍କ ପ୍ରତିବାଦ
ଶହ ଶହ କର୍ମଚାରୀ ଓ ଶ୍ରମିକ ଏକ ବିଶାଳ ଶୋଭାଯାତ୍ରାରେ ଢେଙ୍କାନାଳ ସହରର ବାଜିଚୌକି ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଛନ୍ତି । ପରେ ଜିଲ୍ଲା ପ୍ରଶାସନକୁ ଏକ 9 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିଗୁଡିକ ତୁରନ୍ତ ସମାଧାନ ନ ହେଲେ ଆଗାମୀ ସମୟରେ ଆନ୍ଦୋଳନ ଆହୁରି ଭୟଙ୍କର ହେବା ସହ କର୍ମଚାରୀ ଓ ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ