ଢେଙ୍କାନାଳ:ହାତୀ ଘଉଡାଇବା ପାଇଁ ବାଣ ମାରୁ ମାରୁ ହାତରେ ଫୁଟିଗଲା ବାଣ । ବିସ୍ଫୋରଣରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଗୁରୁତର । ଏଭଳି ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ସଦର ବନାଞ୍ଚଳର ବୋରାପଦା ନିକଟରେ । ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଗୁରୁତର ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଜଣଙ୍କ ଢେଙ୍କାନାଳ ସହର ଚନ୍ଦନ ବଜାରର ସନ୍ତୋଷ ଗୁରୁ ।
ହାତୀ ଘଉଡାଇବାବେଳେ ହାତରେ ଫୁଟିଗଲା ବାଣ - ଢେଙ୍କାନାଳ ବନ ବିଭାଗ ହାତୀ ଘଉଡାଇବା
ଢେଙ୍କାନାଳ ସଦର ବନାଞ୍ଚଳର ବୋରାପଦା ନିକଟରେ ଅଘଟଣ । ହାତୀକୁ ମାରୁ ମାରୁ ହାତରେ ଫୁଟିଗଲା ବାଣ । ଜଣେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଗୁରୁତର । ଅଧିକ ପଢନ୍ତୁ
ହାତୀକୁ ମାରୁ ମାରୁ ହାତରେ ଫୁଟିଗଲା ବାଣ, ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଗୁରୁତର
ହାତୀକୁ ମାରୁ ମାରୁ ହାତରେ ଫୁଟିଗଲା ବାଣ, ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଗୁରୁତରହାତୀକୁ ମାରୁ ମାରୁ ହାତରେ ଫୁଟିଗଲା ବାଣ, ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଗୁରୁତର
ବାଣ ବିସ୍ଫୋରଣରେ ତାଙ୍କର ଦୁଇ ହାତ ଓ ଗୋଡ଼ ପୋଡି ଯାଇଥିବାବେଳେ, ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସୋମବାର ରାତିରେ ଏକ ଦନ୍ତାହାତୀ ବୋରାପଦା ଗ୍ରାମ ଆଡକୁ ଆସୁଥିବା ବେଳେ ସନ୍ତୋଷ ଅନ୍ୟ ସାଥି କର୍ମଚାରୀ ମାନଙ୍କ ସହ ପହଞ୍ଚି ହାତୀ ଘଉଡାଇବା ପାଇଁ ବାଣ ମାରୁଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ବାଣଟି ତାଙ୍କ ହାତରୁ ତଳେ ଖସି ପଡିବାରୁ ବିସ୍ପୋରଣ ଘଟିଥିଲା ।