ଢେଙ୍କାନାଳ:ଜିଲ୍ଲାରେ ଲଗାତାର ଲାଗି ରହିଛି ହାତୀ ଆତଙ୍କ । ହାତୀ ଆକ୍ରମଣରେ ଦିନକୁ ଦିନ ଅନେକ ଲୋକଙ୍କ ଅକାଳରେ ଚାଲିଯାଉଛି ଜୀବନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ପଟାଲୁ ସଂରକ୍ଷିତ ଜଙ୍ଗଲ ରାସ୍ତାରେ ହାତୀ ଆକ୍ରମଣରେ ଜଣେ ଗୁଡ ବିକାଳୀଙ୍କର ଜୀବନ ଯାଇଛି ।
ସୂଚନାଅନୁସାରେ, ଜିଲ୍ଲା ଭାପୁର କୋତ୍ତମ ଗ୍ରାମର ମାୟାଧର ସ୍ୱାଇଁ ସବୁଦିନ ପରି ସାଇକେଲରେ ବମ୍ପା ଗ୍ରାମରୁ ଗୁଡ଼ ବିକ୍ରି କରି ପଟାଲୁ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିଲେ । ଫେରୁଥିବା ସମୟରେ ଜଙ୍ଗଲ ରାସ୍ତାରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ମାୟାଧରଙ୍କୁ କଚାଡି ଦେଇଥିଲା । ଘଟଣାସ୍ଥଳରେ ହିଁ ମାୟାଧରଙ୍କର ମୃତ୍ୟୁ ହୋଇଥିଲା ।