ଢେଙ୍କାନାଳ :ଢେଙ୍କାନାଳ ବନଖଣ୍ଡକାମାକ୍ଷାନଗର ସହର ନିକଟରେ ୧୧ ଟିକିଆ ହାତୀପଲର ଉତ୍ପାତ। ଏହାକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟବାସୀ । ଏହି ୧୧ଟିକିଆ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଛନ୍ତି (Elephant destroyed of paddy crop) । ତେବେ ଏମାନଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ଜାରି ରଖିଛି ଉଦ୍ୟମ ।
ସୂଚନା ମୁତାବକ ଗତକାଲି(ଶନିବାର) ହାତୀପଲ ବ୍ରାହ୍ମଣିଆ ଗାଁ ନିକଟରେ ଥିଲେ । ଏସମ୍ପର୍କରେ ଖବରପାଇ ବନବିଭାଗ ସେଠାରେ ପହଞ୍ଚି ଦିନ ତମାମ ଜଗି ରହିଥିଲେ । ରାତିରେ ହାତୀପଲକୁ ବନବିଭାଗ ପଶ୍ଚିମାଞ୍ଚଳ ରେଞ୍ଜ ସାରୁଆଳି ଜଙ୍ଗଲକୁ ଯେନତେନ ପ୍ରକାରେ ଛାଡି ଦେଇଥିଲେ । ହେଲେ ପୁନର୍ବାର ଅର୍ଥାତ ଆଜି ସକାଳୁ ଏହି ହାତୀପଲ କାମାକ୍ଷାନଗର ସହରକୁ ପଳାଇ ଆସିଛନ୍ତି । ଫଳରେ ମଢିପସି ଓ ଜିରିଡାମାଳି ଅଞ୍ଚଳକୁ ହାତୀପଲ ଯାଇ ବ୍ୟାପକ ଧାନ ଫସଲକୁ ଦଳି ଚକଟିି ନଷ୍ଟ କରିଦେଇଛନ୍ତି । ଏହାକୁ ନେଇ ଗ୍ରାମବାସୀ ଭୟଭୀତ ମଧ୍ୟ ହୋଇପଡ଼ିଛନ୍ତି । ସେପଟେ ବନବିଭାଗ ହାତୀ ଘଉଡ଼ାଇ ପାଇଁ ଉଦ୍ୟମ ଯାରି ରଖିଛି ।
ଏହି 11ଟିକିଆ ହାତୀପଲ ଯେପରି କାହାରି କିଛି କ୍ଷତି ନକରନ୍ତି ସେଥିପାଇଁ ବନବିଭାଗ କର୍ମଚାରୀ ସଜାଗ ରହିଛନ୍ତି । ବାଣ ଫୁଟାଇ ହାତୀ ଗୁଡିକୁ ଘଉଡ଼ାଉଛନ୍ତି । ବନବିଭାଗ ପକ୍ଷରୁ ପହରା ଦିଆଯାଉଛି । ବର୍ତ୍ତମାନ ମକା ଓ ଧାନ ଫସଲ ଅମଳ ହୋଇ ସାରିଛି । ଖାଦ୍ୟ ନିମନ୍ତେ ଚାଷ ହୋଇଥିବା ବିରି, କୋଳଥ, ହରଡ଼ ଡାଲି ଚାଷ ଉପରେ ଏବେ ଏହିି ହାତୀପଲର ନଜର ରହିଛି ।''