ଓଡିଶା

odisha

ETV Bharat / state

ସୋଲାର ଫେନ୍ସିଂ ନେଲା ଦନ୍ତା ଜୀବନ - ଢେଙ୍କାନାଳ ହାତୀମୃତ୍ୟୁ ଖବର

ଆମ୍ବତୋଟାରେ ସୋଲାର ଫେନ୍ସିଂ କରେଣ୍ଟ ଲାଗି ଦନ୍ତା ହାତୀର ମୃତ୍ୟୁ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀର କେଉଁ କାରଣରୁ ମୃତ୍ୟୁବରଣ କରିଛି ସେ ନେଇ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

elephant death in dhenkanal
ସୋଲାର ଫେନ୍ସିଂ ନେଲା ଦନ୍ତାର ଜୀବନ

By

Published : Jun 6, 2021, 5:47 PM IST

ଢେଙ୍କାନାଳ:ସୋଲାର ଫେନ୍ସିଂ କରେଣ୍ଟ ଲାଗି ଦନ୍ତା ହାତୀର ମୃତ୍ୟୁ । ଢେଙ୍କାନାଳ ସଦର ବନାଞ୍ଚଳର ଗୋବିନ୍ଦ ପ୍ରସାଦ ଗ୍ରାମର ଆମ୍ବତୋଟାରେ ଦନ୍ତା ହାତୀର ମୃତ୍ୟୁ ଘଟିଛି । ହାତୀ ମାନଙ୍କ କବଳରୁ ଆମ୍ବ ବଗିଚାର ସୁରକ୍ଷା ପାଇଁ ଲଗାଇଥିବା ସୋଲାର ଫେନ୍ସିଂ କରାଯାଇଥିଲା । ରାତିରେ ସୋଲାର ଫେନ୍ସିଂ କବଳରେ ଆସି ଦନ୍ତା ହାତୀର ପ୍ରାଣ ହାନି ଘଟିଥିବା ଜଣାପଡିଛି ।

ସୋଲାର ଫେନ୍ସିଂ ନେଲା ଦନ୍ତାର ଜୀବନ

ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ହାତୀର ମୃତଦେହକୁ ଜବତ କରିଛନ୍ତି । ମୃତ ଦନ୍ତା ହାତୀର ବୟସ ପ୍ରାୟ ୧୫ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀର ପାଟିରେ ଓ ଦେହରେ ସୋଲାର ଫେନ୍ସିଂ ତାର ଲାଗିଛି । ତେବେ କେବଳ ସୋଲାର ଫେନ୍ସିଂ କରେଣ୍ଟରେ ହାତୀଙ୍କ ମୃତ୍ୟୁ ଘଟିବା ସମ୍ଭବପର ହୋଇନଥିବା ବେଳେ ଏହି ହାତୀର କିପରି ମୃତ୍ୟୁ ଘଟିଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆଜି ସକାଳେ ଆମ୍ବତୋଟା ମାଲିକ ବିଶ୍ବଜିତ ଅର୍ଜେନ୍ଦୁ ଜେନା ଖବର ପାଇ ଆସି ଦେଖିବା ବେଳକୁ ହାତୀଟି ସେ ବିଛାଇଥିବା ସୋଲାର ଫେନ୍ସିଂ ଲାଗି ମୃତ୍ୟୁବରଣ କରିଥିବା ଦେଖିଥିଲେ।

ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀର କେଉଁ କାରଣରୁ ମୃତ୍ୟୁବରଣ କରିଛି ସେ ନେଇ ବନବିଭାଗର ତଦନ୍ତ ଆରମ୍ଭ କରିଛି । ହାତୀର ମୃତଦେହକୁ ବ୍ୟବଛେଦ କରି ତଦନ୍ତ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ଢେଙ୍କାନାଳ ସହକାରୀ ବନ ସଂରକ୍ଷକ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details