ଢେଙ୍କାନାଳ: ବିଗତ କିଛିଦିନ ହେବ ହାତୀ ମୃତ୍ୟୁ ଘଟଣା ଲଗାତାର ସାମ୍ନାକୁ ଆସିଛି । ଏବେ ପୁଣି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବେଡ଼ାପଡା ଗ୍ରାମ ନିକଟରୁ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ବେଡ଼ପଡା ଗ୍ରାମର ଯମୁନା ବନ୍ଧ ନିକଟରେ ଏହି ହାତୀଟି ମାରି ପଡିଥିବା ଦେଖିବାକୁ ମିଳିଛି ।
ପୁଣି ଏକ ମାଈ ହାତୀର ମୃତଦେହ ଠାବ - ପୁଣି ଏକ ମାଈ ହାତୀର ମୃତ ଦେହ ଠାବ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବେଡ଼ାପଡା ଗ୍ରାମ ନିକଟରୁ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘ କିଛି ଦିନ ଧରି ହାତୀଟି ଅସୁସ୍ଥ ଥିବାରୁ ପ୍ରାଣ ହାରିଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ପୁଣି ଏକ ମାଈ ହାତୀର ମୃତଦେହ ଠାବ ପୁଣି ଏକ ମାଈ ହାତୀର ମୃତ ଦେହ ଠାବ](https://etvbharatimages.akamaized.net/etvbharat/prod-images/768-512-7727234-308-7727234-1592836393706.jpg)
ପୁଣି ଏକ ମାଈ ହାତୀର ମୃତ ଦେହ ଠାବ
ହାତୀଟିର ବୟସ ପ୍ରାୟ 5 ରୁ 6ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ସୋମବାର ସନ୍ଧ୍ୟାରେ ଖବର ପାଇ ହିନ୍ଦୋଳ ବନକର୍ମଚାରୀମନେ ପହଞ୍ଚି ମୃତଦେହ ଜବତ କରିଛନ୍ତି । ହାତୀଟି ଦଶ ପନ୍ଦର ଦିନ ଧରି ଅସୁସ୍ଥ ଥିବା ଜଣାପଡିଛି । ଅସୁସ୍ଥତା କାରଣରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମନ କରାଯାଉଛି । ତେବେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ