ଓଡିଶା

odisha

By

Published : Nov 21, 2019, 11:23 AM IST

ETV Bharat / state

ହାତୀ ଛୁଆର ମୃତଦେହ ଉଦ୍ଧାର

ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନବିଭାଗ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନାଞ୍ଚଳର ବସନ୍ତପଡା ଗ୍ରାମ ନିକଟସ୍ଥ ଧାନ ବିଲରୁ ମିଳିଛି ହାତୀର ମୃତଦେହ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ହାତୀ ଛୁଆର ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନାଞ୍ଚଳର ବସନ୍ତପଡା ଗ୍ରାମ ନିକଟସ୍ଥ ଧାନ ବିଲରୁ ଗୁରୁବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନବିଭାଗ ।

ସୂଚନା ଅନୁଯାୟୀ, ମହାବିରୋଡ଼ ବନାଞ୍ଚଳରେ ହାତୀ ମାନଙ୍କର ଉପଦ୍ରବ ଲାଗିରହିଛି। ଫଳରେ ଏହି ଅଞ୍ଚଳରେ ହାତୀ ଆଉ ମଣିଷ ମଧ୍ୟରେ ଛକାପଞ୍ଝା ଜାରି ରହିଛି। କେତେବେଳେ ମଣିଷ ତ ଆଉ କେତେବେଳେ ହାତୀ ବଳି ପଡୁଛନ୍ତି। ଏପରିସ୍ଥଳେ ଗୁରୁବାର ସକାଳେ ଏହି ବନାଞ୍ଚଳର ଡିହଡୋଳ ସେକ୍ସନ ଅଞ୍ଚଳରେ ଏକ ହାତୀ ଛୁଆ ମରି ପଡିଥିବା ଦେଖାଯାଇଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଢେଙ୍କାନାଳ

ହାତୀ ଛୁଆଟି ବସନ୍ତପଡା ଗ୍ରାମର ପାଳ ଆମ୍ବ ନିକଟସ୍ଥ ଧାନ କ୍ଷେତରେ ମରିପଡିଥିବାର ଦେଖିବାକୁ ମିଳିଥିଲା । ହାତୀ ଛୁଆଟି ଏକ ମାଈ ହାତୀ ଓ ତାର ବୟସ ୧୦ରୁ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ମୃତ୍ୟୁର ସଠିକ କାରଣ ଜଣାପଡି ନଥିବା ବେଳେ ଖବରପାଇ ବନ ବିଭାଗ ପକ୍ଷରୁ ମହାବିରୋଡ଼ ବନ କର୍ମଚାରୀମାନେ ପହଁଞ୍ଚି ହାତୀର ମୃତଦେହ ଉଦ୍ଧାର ପରେ ବ୍ୟବଛେଦ କରାଇଛନ୍ତି । ତେବେ ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details