ଢେଙ୍କାନାଳ: ହିନ୍ଦୋଳ ବନାଞ୍ଚଳରେ ଏକ ହାତୀର ମୃତ୍ୟୁ ହୋଇଛି। ମୃତ ହାତୀଟି ଏକ ଦନ୍ତାହାତୀ ବୋଲି ଜଣାପଡିଛି। ହିନ୍ଦୋଳ ଉପଖଣ୍ଡର ଗୁରିଲୋ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରେ ହାତୀଟି ମରି ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନବିଭାଗ କର୍ମଚାରୀମାନେ ପହଁଞ୍ଚି ହାତୀର ମୃତଦେହ ଉଦ୍ଧାର କରିଛନ୍ତି।
ବିଦ୍ୟୁତ ଆଘାତରେ ଚାଲିଗଲା ଦନ୍ତାର ଜୀବନ - elephant dead
ହିନ୍ଦୋଳ ଉପଖଣ୍ଡ ଗୁରିଲୋ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରେ ହାତୀଟି ମରି ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନବିଭାଗ କର୍ମଚାରୀମାନେ ପହଁଞ୍ଚି ହାତୀର ମୃତଦେହ ଉଦ୍ଧାର କରିଛନ୍ତି। ଅଧିକ ପଢନ୍ତୁ...

ବିଦ୍ୟୁତ କରେଣ୍ଟ ଲାଗି ଦନ୍ତାହାତୀର ମୃତ୍ୟୁ
ବିଦ୍ୟୁତ କରେଣ୍ଟ ଲାଗି ଦନ୍ତାହାତୀର ମୃତ୍ୟୁ
ହାତୀର ବୟସ 14ରୁ 15ବର୍ଷ ବୋଲି ଜଣାପଡିଛି। ତାର ମୃତ୍ୟୁ ବିଦ୍ୟୁତ କରେଣ୍ଟ ଲାଗି ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ କିଛି ବିଦ୍ୟୁତ ତାରକୁ ମଧ୍ୟ ବନବିଭାଗ ଜବତ କରିଛି । ହାତୀ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଅଧିକ ତଦନ୍ତ କରୁଛି ବନବିଭାଗ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ