ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ନିକଟରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ମଙ୍ଗଳବାର ସକାଳେ କନ୍ତିଓକାଟେଣୀ ଗ୍ରାମର ଗୁଡିଆ ନାଳ ନିକଟରେ ହାତୀ ଛୁଆଟି ମରିପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ କର୍ମଚାରୀମାନେ ପହଞ୍ଚି ମୃତହାତୀ ଛୁଆଟିକୁ ଉଦ୍ଧାର କରିଛନ୍ତି ।
ନାଳ ନିକଟରୁ ହାତୀ ଛୁଆର ମୃତଦେହ ଉଦ୍ଧାର, କାନ ଓ ପେଟରେ ସଂକ୍ରମଣ ହୋଇଥିବା ଆଶଙ୍କା
ନାଳ ନିକଟରୁ ହାତୀ ଛୁଆର ମୃତଦେହ ଉଦ୍ଧାର । ମୃତ ହାତୀ ଛୁଆଟିର ବୟସ ୧ମାସ ବୋଲି ଅନୁମାନ କରାଯାଉଛି। ହାତୀଟିର ବାମ କାନ, ପେଟ ଓ ପଛପାଖରେ ସଂକ୍ରମଣ ହୋଇ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଅଧିକ ଖବର ପଢନ୍ତୁ...
ନାଳ ନିକଟରୁ ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନ ବିଭାଗ
ସୂଚନା ଅନୁସାରେ, ମୃତ ହାତୀ ଛୁଆଟିର ବୟସ ୧ମାସ ବୋଲି ଅନୁମାନ କରାଯାଉଛି । ହାତୀଟିର ବାମ କାନ, ପେଟ ଓ ପଛପାଖରେ ସଂକ୍ରମଣ ହୋଇଯାଇଛି। ଯାହାଫଳରେ ହାତୀଟି ଚାଲିବୁଲି ପାରୁନଥିଲା ବୋଲି ଅନୁମାନ କରାଯାଇଛି । ଶାରୀରିକ ସ୍ତରରେ ଦୁର୍ବଳ ହୋଇଯାଇଥିବାରୁ ଏକ ଛୋଟ ନାଳରେ ପଡିଯାଇ ଉଠିନପାରି ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ବନବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ ବ୍ୟବଛେଦ ପରେ ଗାତ ଖୋଳି ପୋତି ଦିଆଯାଇଛି।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ