ଓଡିଶା

odisha

ETV Bharat / state

ପୁଣି ଚାଷୀକୁ କଚାଡିଲା ଦନ୍ତା ହାତୀ, ଘଉଡାଇବା ଦାବିରେ ରାସ୍ତା ଅବରୋଧ - Elephant attack in dhenkanal

ଢେଙ୍କାନାଳ ଗୋବିନ୍ଦପୁରରେ ହାତୀ ଆକ୍ରମଣରେ ଯୁବକ ଗୁରୁତର। ଯୁବକଙ୍କ ଚିକିତ୍ସା ଖର୍ଚ୍ଚ ଓ ହାତୀକୁ ଘଉଡ଼ାଇବା ଦାବିରେ ଗୋବିନ୍ଦପୁର ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ। ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶତାଧିକ ଗାଡ଼ି। ଅଧିକ ପଢନ୍ତୁ...

ପୁଣି ଚାଷୀଙ୍କୁ କଚାଡି ଦେଲା ଦନ୍ତା ହାତୀ, ମେଡିକାଲରେ ଭର୍ତ୍ତି
ପୁଣି ଚାଷୀଙ୍କୁ କଚାଡି ଦେଲା ଦନ୍ତା ହାତୀ, ମେଡିକାଲରେ ଭର୍ତ୍ତି

By

Published : Jan 31, 2021, 11:10 AM IST

ଢେଙ୍କାନାଳ: ଜିଲ୍ଲାରେ ହାତୀ ଉପଦ୍ରବ ଥମୁନାହିଁ । ଏପରିକି ଜଣକ ପରେ ଜଣେ ଚାଷୀଙ୍କୁ ହାତୀ ଆକ୍ରମଣ କରି ମାରିଚାଲିଛି । ଆଜି ଭୋର ସମୟରେ ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗ୍ରାମରେ ଜଣେ ଚାଷୀଙ୍କୁ ହାତୀ ଆକ୍ରମଣ କରିବାରୁ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ଗୋବିନ୍ଦପୁର ଗ୍ରାମର ପ୍ରଶାନ୍ତ ରାଉତ ।

ପୁଣି ଚାଷୀଙ୍କୁ କଚାଡି ଦେଲା ଦନ୍ତା ହାତୀ, ମେଡିକାଲରେ ଭର୍ତ୍ତି

ପ୍ରଶାନ୍ତ ଗୋବିନ୍ଦୁର ସ୍କୁଲ ପଛ ପାଖ ବିଲରେ ଗଦାଇଥିବା ତାଙ୍କ ଧାନ ଜଗିଥିଲେ । ଏହି ଅଞ୍ଚଳରେ ଉପଦ୍ରବ ଜାରି ରଖିଥିବା ଏକ ଦନ୍ତା ହାତୀ ତାଙ୍କୁ ଟାଣିନେଇ କଚାଡି ଦେଇଥିଲା । ଫଳରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।

ଏପଟେ ଏହି ଅଞ୍ଚଳରେ ଏକ ଦନ୍ତା ହାତୀ ଉପଦ୍ରବ ଜାରି ରଖିଥିଲେ ମଧ୍ୟ ବନବିଭାଗ ପକ୍ଷରୁ ଦନ୍ତାକୁ ଜବତ କରିବା ଓ ଗୁରୁତର ଚାଷୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦାବି କରିଛନ୍ତି । ଏପରିକି ଚାଷୀଙ୍କ ଗ୍ରାମବାସିଙ୍କ ପକ୍ଷରୁ ଗୋବିନ୍ଦପୁର ଛକରେ ଏନ ଏଚ-୫୫କୁ ଅବରୋଧ କରିଛନ୍ତି ।

ଫଳରେ ୫୫ନମ୍ବର ଜାତୀୟ ରାଜପଥରେ ସାଧାରଣ ଯାତାୟାତ ସମ୍ପର୍ଣ୍ଣ ଠପ ହୋଇଯାଇଥିବା ବେଳେ କଟକ ଓ ଅନୁଗୋଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ସ୍ଥାନୀୟ ଗୋବିନ୍ଦପୁର ଫାଣ୍ଡି ପୁଲିସ ପହଁଞ୍ଚି ଲୋକଙ୍କୁ ବୁଝା ସୁଝା ଜାରି ରଖିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details