ଢେଙ୍କାନାଳ : ବୟସର ଅପରାହ୍ନରେ ଅଲୋଡ଼ା ହୋଇଗଲେ ବୃଦ୍ଧ ବାପା ଆଉ ମା' । ଖାଲି ଅବହେଳା ନୁହଁ ବରଂ ପୁଅ ଓ ନାତିର ନିର୍ଯାତନାର ଶିକାର ହେବାକୁ ପଡୁଛି ଏହି ବୃଦ୍ଧା ଦମ୍ପତିଙ୍କୁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ । ସେହି ଗ୍ରାମର ୮୫ବୟସର ବୃଦ୍ଧ ଚକ୍ରଧର ପୁହାଣ ଏବଂ ତାଙ୍କର ୭୫ ବର୍ଷୀୟା ପତ୍ନୀ ଯଶୋଦା ପୁହାଣ ଙ୍କ ନିଜର ଦୁଇ ପୁଅ ଓ ଗୋଟିଏ ଝିଅ ଥାଇ ବି ସମୟ ଚକରେ ସବୁ ଓଲଟ ପାଲଟ ହୋଇଗଲା । ସାନପୁଅ ରାଜକିଶୋର ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଘରୁ ଯାଇ ଅନ୍ୟତ୍ର ରହିବା ପରେ ବୃଦ୍ଧା ଦମ୍ପତିଙ୍କ ବଡ଼ପୁଅ ଓ ବୋହୁ ପାଖରେ ରହି ଏକମାତ୍ର ନାତୀ ସହିତ ଖୁସିରେ ଥିଲେ ।
ଏହା ମଧ୍ୟ ପଢନ୍ତୁ ...ରାଜଧାନୀରେ ବିପଦରେ ବ୍ୟବସାୟୀ, ବଟି ପାଇଁ ଚାଲୁଛି ଖୁଲମଖୁଲା ଦାଦାଗିରି
ଭାଗ୍ୟର ବିଡ଼ମ୍ବନାରେ ବଡ଼ବୋହୁର ଅକାଳ ଦେହାନ୍ତ ହେବାର ଏକବର୍ଷ ପରେ ବଡ଼ପୁଅ ଅଶୋକର ଦ୍ବିତୀୟ ବିବାହ କରାଇଥିଲେ । ପରେ ବୋହୂର ବୁଦ୍ଧିରେ ପଡ଼ି ପୁଅ ଅଶୋକ ନିଜ ଶଶୁର ଘରେ ଯାଇ ରହିଲେ । ନାତି ଦୀପକକୁ ବଡ଼ କରାଇବା ପରେ ବାପା ଅଶୋକ ଓ ସାବତ ମାଆ ବୁଦ୍ଧିରେ ପଡ଼ି ଜେଜେ ଚକ୍ରଧରଙ୍କ ଅସହାୟତାର ସୁଯୋଗ ଚଞ୍ଚକତାର ସହିତ ସବୁ ସମ୍ପତ୍ତି ନିଜ ନାମକୁ କରିନେଲେ । ପରେ ବୃଦ୍ଧା ଦମ୍ପତ୍ତିଙ୍କୁ ମାଡ଼ମାରି ଘରୁ ତଡ଼ିଦେଲା ନିଷ୍ଠୁର ନାତି । କୌଣସି ଉପାୟ ନ ପାଇ ଦୁହେଁ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ କରମୂଳ ଗ୍ରାନ ନିକଟ ଅଶ୍ବଖୋଲା ଐରାର ବୃଦ୍ଧା ଆଶ୍ରମରେ ଆଶ୍ରା ନେଇଥିଲେ।