ଢେଙ୍କାନାଳ: କୋଭିଡ କଟକଣା ମଧ୍ୟରେ ଆଜି(ଶୁକ୍ରବାର)ମୁସଲିମ ସମ୍ପ୍ରଦାୟର ପ୍ରମୁଖ ପର୍ବ ଇଦ ପାଳିତ ହୋଇଯାଇଛି । ଚଳିତ ମାସ ସାରା ରମଜାନରେ ରୋଜା ବ୍ରତ ରଖି ମୁସଲିମ ସମ୍ପ୍ରଦାୟ ଆଜି ଉଦଯାପନ ଅର୍ଥାତ ଇଦ ପର୍ବ ପାଳନ କରିଛନ୍ତି । ତେବେ କୋରୋନା କଟକଣା ପାଇଁ ସେମାନଙ୍କର ଅବଶୋଷ ରହିଯାଇଥିବା ପ୍ରକାଶ କରିଛନ୍ତି ।
ଏହି ଅବସରରେରେ ଢେଙ୍କାନାଳ ସହରର ଜାମା ମସଜିଦ ଓ ମୋତି ମସଜିଦରେ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କ ପର୍ବ ପାଳନ କେବଳ ପ୍ରଥାରେ ସୀମିତ ରହିଯାଇଛି । ଯାହା ଫଳରେ ଲୋକାରଣ୍ୟ ହେବାକୁ ଥିବା ମସଜିଦ ଗୁଡିକ ମୁସଲିମ ସମ୍ପ୍ରଦାୟଙ୍କୁ ଛାଡିଦେଲେ ଖାଁ ଖାଁ ଅନୁଭୂତ ହୋଇଛି ।