ଢେଙ୍କାନାଳ: ଏବେ ହେବ ନାହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଅଫଲାଇନ କ୍ଲାସ । କାରଣ ବର୍ତ୍ତମାନ କୋଭିଡ ତୃତୀୟ ଲହର ସକ୍ରିୟ ଅଛି । କୁନି କୁନି ପିଲା କୋଭିଡ କଟକଣା ଜାଣିପାରିବେନି ତେଣୁ, ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିତି ନେଇ ନିଆଯିବ ନିଷ୍ପତ୍ତି ବୋଲି ସୂଚନା ଦେଲେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
କୋଭିଡ ମହାମାରୀ ସଂକ୍ରମଣ ଆଶଙ୍କାରେ ଦୀର୍ଘ ଦିନ ଧରି ବନ୍ଦ ଥିବା ସ୍କୁଲ କଲେଜ ଗୁଡିକ କୋଭିଡ ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବାରୁ ଧୀରେ ଧୀରେ ଖୋଲିଛି । ଦୀର୍ଘ ଦେଢ଼ ବର୍ଷ ପରେ କୋଭିଡ଼ କଟକଣା ମଧ୍ୟରେ କଲେଜ ପରେ ସ୍କୁଲ ଏପରି ପର୍ଯ୍ୟାୟକ୍ରମେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପଯ୍ୟନ୍ତ ଅଫଲାଇନ କ୍ଲାସ ଆରମ୍ଭ ହୋଇଯାଇଛି । ତେବେ ଏହାପରେ ପ୍ରଥମରୁ ପଞ୍ଚମ ଅଫଲାଇନ କ୍ଲାସ ଏହା ପରେ ଆରମ୍ଭ ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତା’ ଉପରେ ଦ୍ଵନ୍ଦ୍ବ ଦୂର କରିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।
ଏବେ ହେବ ନାହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଅଫଲାଇନ କ୍ଲାସ ଆଜି(ଶନିବାର) ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଦେଇଥିବା ସୂଚନା ମୁତାବକ ଏବେ ପ୍ରଥମରୁ ପଞ୍ଚମ ପିଲାଙ୍କ ଅଫଲାଇନ କ୍ଲାସ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । ଯେହେତୁ କୋଭିଡର ତୃତୀୟ ଲହର ସକ୍ରିୟ ରହିଛି । ଆଉ ପିଲାମାନଙ୍କ ପାଇଁ ଏହା ଘାତକ ଅଟେ ।
ଅପର ପକ୍ଷରେ କୁନି କୁନି ପିଲା ମାନେ କୋଭିଡ କଟକଣା ସାମାଜିକ ଦୂରତା କ’ଣ ବୁଝି ପାରିବେ ନାହିଁ କିମ୍ବା ସେମାନେ ସଚେତନ ହେବେ ବୋଲି ଭାବିବା ବୃଥା । ତେଣୁ, କୋଭିଡ ତୃତୀୟ ଲହର ସ୍ଥିତି ଆୟତକୁ ଆସିବା ପରେ ଯାଇ ସ୍ଥିତି ଦେଖି ଏହି ପିଲାମାନଙ୍କ ଅଫଲାଇନ କ୍ଲାସ କଥା ଚିନ୍ତା କରାଯାଇପାରିବ । ସୁତରାଂ ସେତେବେଳେ ଅଫଲାଇନ କ୍ଲାସ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଫଳରେ ଏବେ ପ୍ରଥମରୁ ପଞ୍ଚମ ଅଫଲାଇନ କ୍ଲାସ କଥାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ