ଢେଙ୍କାନାଳ:ଆଜି(ଶୁକ୍ରବାର) ହେଉଛି ପବିତ୍ର ବିଜୟାଦଶମୀ । ଏହି ଅବସରରେ ଜିଲ୍ଲାରେ କୋଭିଡ଼ କଟକଣା ମଧ୍ୟରେ ଚାଲିଛି ମା'ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା । ସେପଟେ ପୂଜା ମଣ୍ଡପ ଗୁଡ଼ିକରେ କିଛି ମାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।
ପବିତ୍ର ଦଶହରା ପୂଜାରେ ମହମାୟା ଦେବୀ ଦୁର୍ଗାଙ୍କ ଚାଲିଛି ପୂଜା ଉତ୍ସବ । ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାର, କାଂଚନ ବଜାର, କୁଞ୍ଜକାନ୍ତ, ପୁଲିସ ରିଜର୍ଭ ଲାଇନ ଓ ମହାବୀର ବଜାରରେ ମା'ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ପୂଜା ପାଉଛନ୍ତି । କୋଭିଡ଼ କଟକଣା ରହିଥିବାରୁ ସାଧାରଣ ଦର୍ଶନ ଉପରେ କଡ଼ା କଟକଣା ରହିଛି । ତଥାପି ଆଜି ମା'ଙ୍କ ଅନ୍ତିମ ପର୍ବ ବିଜୟା ଦଶମୀ ରହିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନ ଅଥୟ ହେଉଛି ।