ଓଡିଶା

odisha

ETV Bharat / state

ଶିବଙ୍କ ପୀଠରେ ଜମୁଛି ଶୁଖୁଆ ହାଟ - dry fish market

ସରିଛି କାର୍ତ୍ତିକ ପୂର୍ଣ୍ଣିମା । ହେଲେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳର ପ୍ରସିଦ୍ଧ ପଶ୍ଚିମେଶ୍ବର ପୀଠରେ ଜମିଛି ଶୁଖୁଆ ହାଟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

ଶିବଙ୍କ ପୀଠରେ ଜମୁଛି ଶୁଖୁଆ ହାଟ

By

Published : Nov 13, 2019, 1:24 PM IST

ଢେଙ୍କାନାଳ: ମହାଦେବଙ୍କ ପୀଠରେ ଶୁଖୁଆ ହାଟ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଧର୍ମମାସ କାର୍ତ୍ତିକ ପୂର୍ଣ୍ଣିମାରେ ଲୋକେ ଶିବ ଦର୍ଶନ କରନ୍ତି ଗଲାବେଳେ ସାଙ୍ଗରେ ନେଇଯାନ୍ତି ଶୁଖୁଆ ପୁଡିଆ । ଆମେ କହୁଛୁ ଢେଙ୍କାନାଳର ପ୍ରସିଦ୍ଧ ବାବା ପଶ୍ଚିମେଶ୍ବର ପୀଠ କଥା ।

ଶିବଙ୍କ ପୀଠରେ ଜମୁଛି ଶୁଖୁଆ ହାଟ

ମହାଦେବଙ୍କ ପୀଠରେ ଶୁଖୁଆ ପସରା । ଭଳିକି ଭଳି ଶୁଖୁଆରେ ପୁରି ଉଠିଛି ବଜାର । ଗୋଟିଏ ହାତରେ ଭୋଳାବାବାଙ୍କ ପ୍ରସାଦ ଆରହାତରେ ଶୁଖୁଆ ପୁଡିଆ । ସାଧାରଣତଃ ଭଗବାନଙ୍କ ପୀଠ ନିକଟରେ ଆମିଷ ବିକ୍ରି ନିଷେଧ ଥିବାବେଳେ ଏଠିକାର ଦୃଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଦିଅଁଙ୍କ ଦର୍ଶନ ସାରି ଏଠୁ ଶୁଖୁଆ ନନେଲେ ଯେମିତି ଅଧୁରା ଲାଗେ କାର୍ତ୍ତିକ ପୂର୍ଣ୍ଣିମା । ଖାସ୍ ସେଥିପାଇଁ ତ ଏଠି ନାହିଁ ନଥିବା ଭିଡ ଜମେ ।

ଢେଙ୍କାନାଳର ଅନ୍ୟତମ ପ୍ରତ୍ୟକ୍ଷ ଶୈବପୀଠ ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିଛି ବାବା ପଶ୍ଚିମେଶ୍ବର ପୀଠ । ସାଧାରଣତଃ ସମସ୍ତ ମନ୍ଦିରରେ ମହାଦେବଙ୍କ ମୁହଁ ପୂର୍ବ ଦିଗକୁ ରହିଥିବାବେଳେ ଏଠାରେ ଶିବଙ୍କ ମୁହଁ ପଶ୍ଚିମଦିଗକୁ ରହିଛି । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବାବା ପଶ୍ଚିମେଶ୍ବରଙ୍କ ବାର୍ଷିକୀ ଉତ୍ସବ ପାଳନ କରାଯାଉଥିବା ବେଳେ ଅନନ୍ୟ ଆକର୍ଷଣ ପାଲଟେ ଶୁଖୁଆ ହାଟ । ପ୍ରତିବର୍ଷ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମେ । ବାବା ଭୋଳାନାଥଙ୍କ ଦର୍ଶନ ସାରିବା ପରେ ଭିଡ ଜମେ ପୀଠ ନିକଟରେ ପଡିଥିବା ଶୁଖୁଆ ହାଟରେ । ତେବେ ଏଠାରେ ବାପା ଅଜା ଅମଳରୁ ଶୁଖୁଆ ବେପାର କରୁଥିବା କହିଛନ୍ତି ଶୁଖୁଆ ବେପାରୀ ।

ତେବେ ପଶ୍ଚିମେଶ୍ବରଙ୍କ ପୀଠରେ ଏହି ଶୁକୁଆ ହାଟର ପସରା ଶୈବ ସଂସ୍କୃତିର ଏକ ନିଆରା ପରମ୍ପରା ସୃଷ୍ଟି କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details