ଢେଙ୍କାନାଳ:ମଦ୍ୟପ ଭାଇର ଉନ୍ମତକାଣ୍ଡ । ମଦ ଆଗରେ ଫିକା ପଡିଲା ସମ୍ପର୍କ । ମଦ ପିଇବାକୁ ଆକଟ କରିବାକୁ ଭଉଣୀକୁ ପନିକିରେ ହାଣିଲା ଭାଇ । ଢେଙ୍କାନାଳ ଜିଲ୍ଲା ଭୁବନ ଓଡ଼ିଶା ପଞ୍ଚାୟତ ଅନ୍ତର୍ଗତ ବେଲପାଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଦ ପିଇବାକୁ ଆକଟ କରିବାରୁ ଭାଇର ପନିକି ଚୋଟର ଶିକାର ହୋଇଛି ଭଉଣୀ ।
ମଦ ପିଇବାକୁ ଆକଟ କରିବାରୁ ଭଉଣୀକୁ ପନିକିରେ ହାଣିଲା ଭାଇ - ଭୁବନ ଓଡ଼ିଶାରେ ଅଭାବନୀୟ ଘଟଣା
ମଦ ପିଇବାକୁ ଆକଟ କରିବାରୁ ଭଉଣୀକୁ ପନିକିରେ ହାଣିଲା ନୃଶଂସ ଭାଇ । କେଉଁଠି ଘଟିଛି ଏହି ଘଟଣା ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।
ମଦ ପିଇବାକୁ ଆକଟ କରିବାରୁ ଭଉଣୀକୁ ପନିକିରେ ହାଣିଲା ଭାଇ
ମଦ ପିଇବାକୁ ଆକଟ କରିବାରୁ ଭଉଣୀକୁ ପନିକିରେ ହାଣିଲା ଭାଇ
ସୂଚନା ଅନୁଯାୟୀ, ବେଲପାଳ ଗ୍ରାମର ଇଶ୍ବର ମହାରଣା ନାମକ ଜଣେ ଯୁବକ ମଦ୍ୟପାନ କରି ଘରେ ପରିବାର ଲୋକଙ୍କ ସହ ଗଣ୍ଡଗୋଳ କରିଥିଲା । ଏହି ସମୟରେ ଭଉଣୀ ମଞ୍ଜୁ ମହାରଣା ଭାଇକୁ ନିରବ ରହିବା ପାଇଁ କହିବାରୁ ମଦ୍ୟପ ଇଶ୍ବର ଉତକ୍ଷିପ୍ତ ହୋଇପଡିଥିଲା । ଘରୁ ଏକ ପନିକି ଆଣି ଭଉଣୀର କାନ ମୁଣ୍ଡାକୁ ହାଣି ଫେରାର ହୋଇଯାଇଥିବା ଜଣାପଡିଛି । ଫଳରେ ମଞ୍ଜୁଙ୍କୁ ଗୁରୁତର ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ