ଓଡିଶା

odisha

ETV Bharat / state

ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମ୍ମିଳନୀ ଅନୁଷ୍ଠିତ - ଗୋପବନ୍ଧୁ ଟାଉନହଲ

ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ। ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ। ଅଧିକ ପଢନ୍ତୁ...

ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମ୍ମିଳନୀ ଅନୁଷ୍ଠିତ
ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମ୍ମିଳନୀ ଅନୁଷ୍ଠିତ

By

Published : Mar 21, 2021, 8:01 AM IST

ଢେଙ୍କାନାଳ: ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ। ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ। ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ସହିତ କୋଭିଡ ସଂକ୍ରମଣ ଲଢେଇରେ ଆଶା ଓ ଗାଁ କଲ୍ୟାଣ ସମିତିର ଅବଦାନ ଅତୁଳନୀୟ। ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ତଥା କୋଭିଡ ସଂକ୍ରମଣକୁ ରୋକିବା ଦିଗରେ ଏମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଅତିଥିମାନେ ବକ୍ତବ୍ୟ ଦେଇଥିଲେ।

ତେବେ ବର୍ତ୍ତମାନ ଜିଲ୍ଲାରେ ମୋଟ ୧୧୬୧ଜଣ ଆଶା ଏବଂ ୧୦୧୫ ଟି ଗାଁ କଲ୍ୟାଣ ସମିତି କାର୍ଯ୍ୟରତ ଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ସୁଜାତା ରାଣୀ ମିଶ୍ର, ପିଡି ଡିଆରଡିଏ ନରୋତମ ବେହେରାଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଆଶା ଓ ଗାଁ କଲ୍ୟାଣ ସମିତି କର୍ମକର୍ତ୍ତା ଏବଂ ବହୁ ଅଧିକାରୀ ଯୋଗଦେଇଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details