ଢେଙ୍କାନାଳ: ସବର୍ଣ୍ଣ ଅସବର୍ଣ୍ଣକୁ ନେଇ ଢେଙ୍କାନାଳ ଜିଲ୍ଲା ଭୁବନ କୃଷ୍ଣପୁର ଗ୍ରାମରେ ଉଗ୍ର ହେବାରେ ଲାଗିଛି ବିବାଦ । ଏପରିକି ଅସବର୍ଣ୍ଣମାନଙ୍କୁ କୂଅ ପୋଖରୀ ବାରଣ କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ନ୍ୟାୟ ପାଇଁ ଦଳିତ ପରିବାର ଗୁଡିକ ଭୁବନ ଥାନା ଘେରାଉ କରିଥିବା ଦେଖାଯାଇଛି ।
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ଏଭଳି ଅଭାବନୀୟ ସ୍ଥିତି ଉପୁଜିଛି । ଏହି ଗ୍ରାମରେ ଅସବର୍ଣ୍ଣ ଓ ସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଫଳରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । କୃଷ୍ଣପୁର ଗ୍ରାମରେ ଥିବା ୨୨ ଟି ଦଳିତ ପରିବାରକୁ ସବର୍ଣ୍ଣ ଜାତିର ଯୁବକମାନେ କୂଅ,ପୋଖରୀ, ରାସ୍ତାଘାଟ ଓ ଗାଧୁଆତୁଠକୁ ବାରଣ କରିଥିବା ଅଭିଯୋଗ ଉଠାଇଛନ୍ତି ଦଳିତ ଗୋଷ୍ଠୀ ।