ଢେଙ୍କାନାଳ:କ୍ଷତିପୂରଣ ଦାବିରେ ଅଭିନବ ଉପାୟରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ବିସ୍ଥାପିତ । ଦଦରା ଘାଟି ଜଳ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିଲେ ଲୋକେ । ଏହାକୁ ୪୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ବିସ୍ଥାପିତଙ୍କୁ ଆଜି ଯାଏଁ କ୍ଷତିପୂରଣ ମିଳିପାରିନଥିବା ଅଭିଯୋଗ ହୋଇଛି । ଫଳରେ ତହସଲି କାର୍ଯ୍ୟାଳୟ ସମ୍ମୁଖରେ ଲଣ୍ଡା ହୋଇ ଅନଶନ କରି ଦାବି ପୂରଣ କରିବାକୁ ନେହୁରା ହୋଇଛନ୍ତି ବିସ୍ଥାପିତ ।
୧୯୮୦ ମସିହାରେ ଦଦରା ଘାଟି ଜଳ ପ୍ରକଳ୍ପ ପାଇଁ ସ୍ଥାନୀୟ ଅଞ୍ଚଳର ୨ଶହ ପରିବାରଙ୍କୁ ବିସ୍ଥାପିତ କରାଯାଇଥିଲା । ବିସ୍ଥାପିତଙ୍କୁ ଥଇଥାନ କରାଯାଇ ୩ ଓ ୪ ନମ୍ବର କଲୋନୀରେ ଜାଗା ପ୍ରଦାନ କରାଯାଇଥିଲା । ହେଲେ ଜାଗାର ସ୍ଥାୟୀ ପଟ୍ଟା ମିଳିପାରିନାହିଁ । ଇତି ମଧ୍ୟରେ ୪୨ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାୟୀ ପଟ୍ଟା ପରିଚୟ ପାଇପାରୁ ନାହାନ୍ତି । ଏଥିପାଇଁ ବିଭିନ୍ନ ସମୟରେ ସରକାରୀ ବାବୁମାନଙ୍କୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।