ଢେଙ୍କାନାଳ:ବ୍ରାହ୍ମଣୀ ବନ୍ୟା ଜଳରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ଉପରେ ଓ ଗାଁ ଗୁଡିକରେ 4 ରୁ 5 ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଢେଙ୍କାନାଳ ଭୁବନ ,ପିଙ୍ଗୁଆ ଯାଜପୁର ଓ ନିଲାକଣ୍ଠପୁର ଆଦି ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ବର୍ଷା ଛାଡିଯାଇଥିଲେ ମଧ୍ୟ ବ୍ରାହ୍ମଣୀ ଫୁଲିବାରେ ଲାଗିଛି । ଜିଲ୍ଲାର ସଦର ମହକୁମାରୁ ଭୁବନକୁ ଯୋଗାଯୋଗ କରୁଥବା ମୁଖ୍ୟ ରାସ୍ତାର ମନ୍ଦାର ଠାରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ପିଙ୍ଗୁଆ ଦଶମାଣପୁର ପାଟଣା ରାସ୍ତାରେ ୫ ଫୁଟର ପାଣି ଯୋଗୁଁ ଯାଜପୁର ସହ ଯୋଗାଯୋଗ ବିଛିନ୍ନ ହୋଇଛି ।
ସେପଟେ ଗଁନ୍ଦିଆ ନୀଳକଣ୍ଠପୁର ଓ ମନ୍ଦାର ଦିଗାମ୍ବରପୁର ମୁଖ୍ୟ ରାସ୍ତା ଉପରେ ତିନି ରୁ ଚାରି ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି । ଯଦ୍ବାରା ଗଁନ୍ଦିଆ ଓ ଭୁବନ ବ୍ଲକ ର ୨୦ ରୁ ୨୫ଟି ଗ୍ରାମବାସୀ ଏକପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି । ନଦୀକୂଳରେ ରହିଥିବା ଢେଙ୍କାନାଲ ଜିଲ୍ଲାର ଓଡପଡା ବ୍ଲକର ସାତ ଆଠଟି ଗାଁ ବନ୍ୟା ଜଳରେ ବୁଡିରହିଛି। ଲଗାଣ ବର୍ଷରୁ ଟିକିଏ ମୁକ୍ତି ମିଳିଥିଲେ ମଧ୍ୟ ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଲୋକଙ୍କ ଦୁର୍ଦଶା ବଢାଇଦେଇଛି । ଲୋକେ ନାନା ହନ୍ତସନ୍ତ ହେଉଛନ୍ତି ।