ଓଡିଶା

odisha

ETV Bharat / state

ଏଟିଏମରୁ ପାଇଲେ 10 ହଜାର, ଥାନାରେ ଜିମା ହେଲେ ରୂପଶ୍ରୀ

ଢେଙ୍କାନାଳ ପରଜଙ୍ଗ ଥାନା ପାଟରପଦା ସାନକମର ଗ୍ରାମର ରୂପଶ୍ରୀ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ । ଏଟିଏମରୁ ଉଦ୍ଧାର କରି 10 ହଜାର ଟଙ୍କା ସେ ପରଜଙ୍ଗ ଥାନାଧିକାରୀଙ୍କୁ ଦେଇ ମାନବିକତାର ଦିଗଦର୍ଶନ ଦେଇଛନ୍ତି ।

dhenkanal latest news, dhenkanal's rupashree majhi, rupashree's humanity, lost money reported to police station, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ଢେଙ୍କାନାଳର ରୂପଶ୍ରୀ ମାଝୀ, ରୂପଶ୍ରୀଙ୍କ ମାନବିକତା, ହଜିଥିବା ଟଙ୍କା ଥାନା ବାବୁଙ୍କୁ ହସ୍ତାନ୍ତର
ଏଟିଏମରୁ ପାଇ ଥାନାରେ 10 ହଜାର ଟଙ୍କା ଜିମା ହେଲେ ରୂପଶ୍ରୀ

By

Published : Jul 25, 2020, 9:06 PM IST

ଢେଙ୍କାନାଳ:ଗୋଟିଏ ପଟେ ସମାଜରେ ଚୋରି ଓ ଡକାୟତିର ମାତ୍ରା ବଢି ଚାଲିଥିବା ବେଳେ ଢେଙ୍କାନାଳ ପରଜଙ୍ଗ ଥାନା ପାଟରପଦା ସାନକମର ଗ୍ରାମର ରୂପଶ୍ରୀ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ । ଏଟିଏମରୁ ଟଙ୍କା ଉଠାଇବାକୁ ଯାଇ ସେ ଦେଖିଥିଲେ କି ମେସିନରୁ କିଛି 500 ଟଙ୍କିଆ ନୋଟ ବାହାରିଛି । ଭଲରେ ଗଣିବାରୁ ଏଥିତରେ 10 ହଜାର ଟଙ୍କା ରହିଥିବା ସେ ଜାଣି ପାରିଥିଲେ । ହେଲେ ଆଖପାଖରେ କାହାକୁ ନପାଇ ସେ ତୁରନ୍ତ ସେହି ଟଙ୍କାକୁ ପରଜଙ୍ଗ ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ ।

ସାନକମର ଗ୍ରାମର ବିହାରୀ ଲାଲ ମାଝୀଙ୍କ ଝିଅ ରୂପଶ୍ରୀ ମାଝୀ ପାଟରପଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ-19 ଫାର୍ମାଶିଷ୍ଟ ଭାବେ କାର୍ଯ୍ୟରତ । ତେବେ ସେ ଏଟିଏମରୁ ଟଙ୍କା ଉଠାଣ ପାଇଁ ଯାଇ 10 ହଜାର ଟଙ୍କା ପାଇବା ପରେ ଏହାର ଯୋଗ୍ୟ ହିତାଧିକାରୀଙ୍କୁ ଆଖପାଖରେ ଖୋଜାଖୋଜି କରିଥିଲେ । ହେଲେ କାହାରି ସନ୍ଧାନ ନପାଇ ସେ ପରଜଙ୍ଗ ଥାନାଧିକାରୀଙ୍କୁ ଟଙ୍କା ହସ୍ତାନ୍ତର କରିଥିଲେ ।

ରୂପଶ୍ରୀଙ୍କ ଏହି ନିସ୍ବାର୍ଥପର ମନୋଭାବ ପାଇଁ ତାଙ୍କୁ ଥାନାଧିକାରୀ ଅନେକ ସାଧୁବାଦ ଜଣାଇଛନ୍ତି । ଏଥିସହ ମହାମାରୀ ପରି ସମୟରେ ତାଙ୍କର ଏହି ସେବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ କରାଯାଇଛି । ତେବେ ପରଜଙ୍ଗ ଥାନାଧିକାରୀ ଏହି ଅର୍ଥ ରାଶିର ପ୍ରକୃତ ହିତାଧିକାରୀଙ୍କୁ ଖୋଜି ତାଙ୍କୁ ଅର୍ଥ ହସ୍ତାନ୍ତର କରିବା ନେଇ ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details