ଓଡିଶା

odisha

ETV Bharat / state

ନିରବ ପ୍ରାର୍ଥନାରେ ସାମିଲ ଢେଙ୍କାନାଳବାସୀ - 25 କୋଭିଡ ଯୋଦ୍ଧାଙ୍କ ସମାନର୍ଥେ ନିରବ ପ୍ରାର୍ଥନା

25 କୋଭିଡ ଯୋଦ୍ଧାଙ୍କ ସମାନର୍ଥେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ 1 ମିନିଟ ନିରବ ପ୍ରାର୍ଥନା କରିଛି ସାରା ରାଜ୍ୟ । ଏଥିରେ ମଧ୍ୟ ସାମିଲ ହୋଇଛନ୍ତି ଢେଙ୍କାନାଳବାସୀ ।

ନିରବ ପ୍ରାର୍ଥନାରେ ସାମଲି ଢେଙ୍କାନାଳବାସୀ
ନିରବ ପ୍ରାର୍ଥନାରେ ସାମଲି ଢେଙ୍କାନାଳବାସୀ

By

Published : Aug 5, 2020, 8:49 PM IST

ଢେଙ୍କାନାଳ: ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ନିରବ ପ୍ରାର୍ଥନା କରାଯାଇଛି । 25 କୋଭିଡ ଯୋଦ୍ଧାଙ୍କ ସମାନର୍ଥେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ 1 ମିନିଟ ନିରବ ପ୍ରାର୍ଥନା କରିଛି ସାରା ରାଜ୍ୟ । ଏଥିରେ ମଧ୍ୟ ସାମିଲ ହୋଇଛନ୍ତି ଢେଙ୍କାନାଳବାସୀ ।

ନିରବ ପ୍ରାର୍ଥନାରେ ସାମଲି ଢେଙ୍କାନାଳବାସୀ

ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର, ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଢେଙ୍କାନାଳ ଟାଉନ ଥାନା ଆଦି ବିଭିନ୍ନ ଜାଗାରେ ଏକ ମିନିଟ ନିରବ ପ୍ରାର୍ଥନା ସହ ଶପଥ ପାଠ କରାଯାଇଛି । ଏଥିରେ ସମସ୍ତ କର୍ମଚାରୀ ସାମିଲ ହୋଇ କୋରୋନା ଯୋଦ୍ଧା ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ। ଅପର ପକ୍ଷରେ କୋଭିଡ ନିୟମ ପାଳନ କରିବା ସହ ଅନ୍ୟମାନଙ୍କୁ ସଚେତନ କରାଇବା ଆଦି କୋରୋନା ମହାମାରିକୁ ପ୍ରତିହତ ପାଇଁ ସମ୍ମିଳିତ ଉଦ୍ୟମରେ ସାମିଲ ହେବାକୁ ସମସ୍ତେ ଶପଥ ପାଠ କରିଥିବ ଦେଖା ଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details