ଓଡିଶା

odisha

By

Published : Aug 3, 2021, 4:31 PM IST

Updated : Aug 3, 2021, 8:12 PM IST

ETV Bharat / state

ବାହାଘର ଦିନ ବର ଫେରାର, କନିଆଁର ଝୁଲନ୍ତା ମୃତଦେହ ଉଦ୍ଧାର

ବିବାହ ଦିନ ଘର ଭିତରୁ କନ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପନେଇଲ କଲୋନୀ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...

କନ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବର ଚମ୍ପଟ
କନ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବର ଚମ୍ପଟ

ଢେଙ୍କାନାଳ: ଦେହରେ ନାଲି ପାଟ, ପାଦରେ ରକ୍ତ ଅଳତା । ଆଉ କିଛି ମୁହୂର୍ତ୍ତ ପରେ ସିନ୍ଦୁର ପିନ୍ଧି ସାଜିଥାନ୍ତେ ବଧୂ । ବେକରେ ବରଣମାଳା ପକାଇ ସାତ ଜନ୍ମକୁ ସାଖୀ ରଖି ସ୍ବାମୀର ହାତ ଧରିଥାନ୍ତେ । ହେଲେ ବେକରେ ବରଣମାଳା ବଦଳରେ ଝୁଲିଲା ଫାଶୀ । ବିବାହ ଦିନରେ ହିଁ ଝୁଲନ୍ତା ଅବସ୍ଥାରେ ମିଳିଲା କନ୍ୟାର ମୃତଦେହ । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପନେଇଲ କଲୋନୀ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ସେହି ଗ୍ରାମର ସସ୍ମିତା ନାଏକ ।

ବାହାଘର ଦିନ ବର ଫେରାର, କନିଆଁର ଝୁଲନ୍ତା ମୃତଦେହ ଉଦ୍ଧାର

ସୂଚନାଯୋଗ୍ୟ, ସସ୍ମିତା ଅନୁଗୋଳ ବନ୍ତଳା ଥାନା ଅନ୍ତର୍ଗତ ପୁକୁଟୁଙ୍ଗା ଗ୍ରାମର ସିଲୁ ବେହେରାଙ୍କୁ ଭଲ ପାଉଥିଲେ । ଉଭୟ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ସସ୍ମିତା ବିବାହ ପାଇଁ ଜିଦ୍ ଧରିଥିବାବେଳେ ଦିନ ଗଡାଇ ଚାଲିଥିଲେ ସିଲୁ । ବୁଝାସୁଝା ପରେ ସିଲୁ ସସ୍ମିତାଙ୍କ ଘରେ ଆସି ଏକ ମାସ ଧରି ରହିଥିଲେ । ସୋମବାର ଉଭୟଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ହେଲେ କିଛି ସମୟ ପରେ ବର ବା ସିଲୁଙ୍କ କୌଣସି ଖୋଜଖବର ମିଳିନଥିଲା । ପରିବାର ଲୋକେ ବରକୁ ଖୋଜୁଥିବାବେଳେ ଘରେ ପାଟ ଶାଢୀରେ ସଜେଇ ହୋଇଥିବା ସସ୍ମିତାଙ୍କ ମୃତଦେହ ଝୁଲାନ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏପରିସ୍ଥଳରେ ସିଲୁ ହିଁ ସସ୍ମିତାଙ୍କୁ ମାରି ଟାଙ୍ଗି ଦେଇ ଚାଲି ଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ଏବଂ ଘଟଣାରେ ଛାନଭିନ୍ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Aug 3, 2021, 8:12 PM IST

ABOUT THE AUTHOR

...view details