ଓଡିଶା

odisha

ETV Bharat / state

ଲକଡାଉନ ଗାଇଡଲାଇନ ନେଇ ଦ୍ବନ୍ଦରେ ବ୍ୟବସାୟୀ: ମାନିବେ କାହା ନିୟମ ? - ଢେଙ୍କାନାଳ

କେନ୍ଦ୍ର, ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ଲକଡାଉନ ଗାଇଡଲାଇନ ଭିନ୍ନ ଭିନ୍ନ । ଫଳରେ ଦୋକାନ ଖୋଲିବେ ନା ବନ୍ଦ କରିବେ ତାକୁ ନେଇ ଦୋକାନୀମାନେ ନାନା ଦହଗଞ୍ଜ ହେଉଥିବାବେଳେ ସେପଟେ ଜନସାଧାରଣ ମଧ୍ୟ ଦ୍ବନ୍ଦରେ ପଡିଯାଇଛନ୍ତି ।

ଲକଡାଉନ ଗାଇଡଲାଇନ ନେଇ ଦ୍ବନ୍ଦରେ ବ୍ୟବସାୟୀ: ମାନିବେ କାହା ନିୟମ ?
ଲକଡାଉନ ଗାଇଡଲାଇନ ନେଇ ଦ୍ବନ୍ଦରେ ବ୍ୟବସାୟୀ: ମାନିବେ କାହା ନିୟମ ?

By

Published : Jun 7, 2020, 2:20 AM IST

ଢେଙ୍କାନାଳ: ମହାମାରୀ କୋରନାକୁ ନେଇ ପର୍ଯ୍ୟାୟ କ୍ରମେ ଲକ ଡାଉନର ଅବଧି ବଢିବାରେ ଲାଗିଛି । ଲକ ଡାଉନ ୱାନରୁ ଚାରୋଟି ପର୍ଯ୍ୟାୟ ପରେ ଏବେ ଅନଲକ ୱାନରେ ପହଁଞ୍ଚିଛି ସରକାରଙ୍କ କଟକଣା । ଇତି ମଧ୍ୟରେ ଅଢେଇ ମାସ ବିତିଗଲାଣି । ଗତ ଦୁଇମାସ ଧରି ଦୋକାନ ବଜାର ଖୋଲିବା ଉପରେ ରହିଥିଲା କଡା କଟକଣା । ଆଉ ଏହି ଅନଲକ ଡାଉନ ୱାନ କୋହଳ ପରେ ଢେଙ୍କାନାଳରେ ବ୍ୟବସାୟୀମାନେ ଟିକିଏ ନିଶ୍ବାସ ମାରୁଥିଲେ । ମାତ୍ର କଟକଣାକୁ ନେଇ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ପୃଥକ ପୃଥକ ଗାଇଡଲାଇନ ବିଚରା ଦୋକାନୀ ମାନଙ୍କୁ ଅନେକ ଦହଗଞ୍ଜ କରୁଛି ।

ଲକଡାଉନ ଗାଇଡଲାଇନ ନେଇ ଦ୍ବନ୍ଦରେ ବ୍ୟବସାୟୀ: ମାନିବେ କାହା ନିୟମ ?

ଯଦି ଆମେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପରେ ପରେ ଅନଲକ ଓ୍ବାନ କଥା କହିବା । ତେବେ କେନ୍ଦ୍ର ସରକାର ରାତି ୯ଟାରୁ ଭୋର ୫ଟା ଯାଏ କର୍ଫ୍ୟୁ ଜାରି କରିଛନ୍ତି । ସପିଙ୍ଗ ମଲ, ସେଲୁନ, ବିୟୁଟି ପାର୍ଲର, ଜିମ ଓ ଷ୍ଟାଡିୟମକୁ ନେଇ କଟକଣାରେ ସାମାନ୍ୟ କୋହଳ କରିଥିବା ବେଳେ ରାଜ୍ୟ ସରକାରଙ୍କର କିନ୍ତୁ କାର୍ଫ୍ୟୁ ସନ୍ଧ୍ୟା 7ଟାରୁ ଭୋର 5ଟା ରଖିଛନ୍ତି । ଏପରିକି ରାଜ୍ୟ ସରକାର ସନ୍ଧ୍ୟା ୭ଟା ଯାଏଁ ଅଣ ଅତ୍ୟାବଶ୍ୟକ ଦୋକାନ ବଜାର ଖୋଲା ପାଇଁ ଘୋଷଣା କରିଥିବା ବେଳେ ଢେଙ୍କାନାଳରେ ଜିଲ୍ଲାପାଳଙ୍କର କିନ୍ତୁ ନିୟମ ଟିକେ ଅଲଗା । ଦିନ ୨ଟା ପରେ ଅଣ ଅତ୍ୟାବଶ୍ୟକ ଦୋକାନ ବନ୍ଦ ପାଇଁ ଅଘୋଷିତ କଟକଣା ଜାରି କରିଛନ୍ତି । କିନ୍ତୁ ମଦ ବିକ୍ରିରେ ମଦ ବ୍ୟବସାୟୀମାନେ ସାହାଣ ମେଲା କରିଦେଇଛନ୍ତି । ମଦ ବିକ୍ରି ଠାରୁ ଆରମ୍ଭ କରି ବିୟୁଟି ପାଲର ଓ କେତକ ସପିଙ୍ଗମଲ ମଧ୍ୟ ଖୋଲା ରହୁଥିବା ଦେଖିବାକୁ ମିଳୁଛି । ମାତ୍ର ସାଧାରଣ ଚା' ଦୋକାନୀ, ପରିବା ଦୋକାନୀ ଉପରେ କଡା କଟକଣା ନେଇ ବିଚରା ଦୋକାନୀ ମାନଙ୍କୁ ବିଭ୍ରାନ୍ତିକର ସ୍ଥିତିରେ ପକାଉଛି ବୋଲି ବାଣିଜ୍ୟ ସଂଗଠନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

କେନ୍ଦ୍ର ସରକାର ପରେ ରାଜ୍ୟ ସରକାର ଜାରି କରୁଛନ୍ତି ନିଜର ସ୍ବତନ୍ତ୍ର ଗାଇଡ ଲାଇନ । ଏପଟେ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଏପରି ଭିନ୍ନ ନୀତି ନିୟମ ଫଳରେ ସାଧାରଣ ଦୋକାନୀ ମାନଙ୍କ ସମସ୍ୟା ଆହୁରି ବଢିଯାଉଛି । ଯାହାକୁ ନେଇ ଦୋକାନୀ ମାନେ ନାନା ଦହଗଞ୍ଜ ହେଉଥିବା ବେଳେ ଜନ ସାଧାରଣ ମଧ୍ୟ ଦ୍ବନ୍ଦରେ ପଡିଯାଉଛନ୍ତି । ମାତ୍ର କେହି ବିଭ୍ରାନ୍ତ ହେବାର କିଛି ନାହିଁ ବୋଲି ଢେଙ୍କାନାଳ ଜିଲ୍ଲାପାଳ କହିଛନ୍ତି ।

ଗୋଟିଏ ପଟରେ ଗତ ଆଢେଇ ମାସ ହେଲା ଦୋକାନୀ ମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ଲକ ଡାଉନର କଡା କଟକଣା । ଆଉ ଏପଟେ ସରକାର ଓ ସରକାରୀ ବାବୁ ମାନଙ୍କର ଏପରି ବିଭ୍ରାନ୍ତି କର ନୀତି ନିୟମ ଦୋକାନୀ ମାନଙ୍କ ପାଇଁ ବେଡି ଉପରେ କୋରଡା ମାଡି ବସୁଛି । ଯାହାକୁ ନେଇ ଢେଙ୍କାନାଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details