ଓଡିଶା

odisha

By

Published : Dec 12, 2019, 5:16 AM IST

ETV Bharat / state

ଢେଙ୍କାନାଳ ଛାତ୍ରଙ୍କୁ ମାଡ ଘଟଣା:ସିଡବ୍ଲ୍ୟୁସିର ଦ୍ବାରସ୍ଥ ହେଲେ ପରିବାର

ପରୀକ୍ଷା ହଲରେ ଛାତ୍ରଙ୍କୁ ଅମାନୁଷିକ ଭାବେ ମାଡ ମାରିବା ସହ ଶିକ୍ଷୟତ୍ରୀଙ୍କ ଅଶାଳୀନ ଗାଳି ଗୁଲଜ । ଘଟଣାର 10 ଦିନ ପରେ ମଧ୍ୟ ଗ୍ରହଣ ହୋଇନି କାର୍ଯ୍ୟାନୁଷ୍ଠାନ ।

Student torture and beaten by HM
ଢେଙ୍କାନାଳ ଛାତ୍ରଙ୍କୁ ମାଡ ଘଟଣା

ଢେଙ୍କାନାଳ: ସ୍ଥାନୀୟ ବିବି ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଉନ୍ମୁକ୍ତ କାଣ୍ଡକୁ ନେଇ ତୀବ୍ର ହେଉଛି ଅସନ୍ତୋଷ । ପରୀକ୍ଷା ହଲରେ ଛାତ୍ରଙ୍କୁ ଅମାନୁଷିକ ଭାବେ ମାଡ ମାରିବା ସହ ଶିକ୍ଷୟତ୍ରୀଙ୍କ ଅଶାଳୀନ ଗାଳିଗୁଲଜ । ଏହି ଘଟଣାକୁ 10 ଦିନ ବିତିଥିଲେ ମଧ୍ୟ ହାତିବନ୍ଧି ବସିଛି ପୋଲିସ । ସେପଟେ, ମାଡ ଭୟରେ ଛାତ୍ର ଜଣକ ସ୍କୁଲ ଯାଉନଥିବାରୁ ଶେଷରେ ସିଡବ୍ଲ୍ୟସିର ଶରଣ ପଶିଛନ୍ତି ଉକ୍ତ ଛାତ୍ରଙ୍କ ପରିବାର ।

ଢେଙ୍କାନାଳ ଛାତ୍ରଙ୍କୁ ମାଡ ଘଟଣା

ସୂଚନାଯୋଗ୍ୟ, ଢେଙ୍କାନାଳ ବିବି ସ୍କୁଲରେ ପରୀକ୍ଷା ଚାଲିଥିବାବେଳେ ପରୀକ୍ଷା ହଲରେ ଜଣେ 10ମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିବା ସହ ଅଶାଳୀନ ଗାଳିଗୁଲଜ କରିଥିଲେ ପ୍ରଧାନଶିକ୍ଷୟତ୍ରୀ । ଏହା ପରେ ଉକ୍ତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନିଆଯାଇଥିଲା । ପରେ ଟାଉନ ଥାନା ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ହେଲେ ଘଟଣାର ଯାଞ୍ଚ କରିବା ପରିବର୍ତ୍ତେ କେବଳ କାରଣ ଦର୍ଶାଅ ନୋଟିସ ପଠାଇଛି ଜିଲ୍ଲା ଶିକ୍ଷାଧିକାରୀ । ଏପରିକି ଶିକ୍ଷୟତ୍ରୀଙ୍କ ବିରୋଧରେ ଛାତ୍ରଛାତ୍ରୀଙ୍କଠାରୁ, ଶିକ୍ଷକଙ୍କଠାରୁ ମଧ୍ୟ ଘଟଣା ବିଷୟରେ ଆଦାୟ କରିଥିଲା ଶିକ୍ଷାଧିକାରୀ । ଆଉ ଅନ୍ୟପଟେ, ପୋଲିସ ମଧ୍ୟ ଏକ ମାମଲା ରୁଜୁ କରି କାମ ସାରିଦେଇଛି ।

ଢେଙ୍କାନାଳରୁ ଉର୍ମିଲା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details