ଢେଙ୍କାନାଳ: ପୂର୍ବ ଶତ୍ରୁତାକୁ ନେଇ ଦୁଇ ସାହି ଗୋଷ୍ଠୀ ବିବାଦ ଘଟଣା। ପ୍ରତିକ୍ରିୟା ରଖିଲେ ଢେଙ୍କାନାଳ ଏସପି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର NAC ଅନ୍ତର୍ଗତ ଗୋଡିସାହି ଓ କଲୋନୀ ସାହି ଗୋଷ୍ଠୀ ସଙ୍ଘର୍ଷ ଘଟଣାରେ ପତିକ୍ରିୟା ରଖିଲେ ଢେଙ୍କାନାଳ ଏସପି କେ.ଶିବା ଶୁବ୍ରମଣି ।
ଦୁଇ ସାହି ଗୋଷ୍ଠୀ ବିବାଦ ଘଟଣା: ପ୍ରତିକ୍ରିୟା ରଖିଲେ ଢେଙ୍କାନାଳ ଏସପି - ଢେଙ୍କାନାଳ ଦୁଇ ସାହି ଗୋଷ୍ଠୀ ବିବାଦ ଘଟଣା
ପୂର୍ବ ଶତ୍ରୁତାକୁ ନେଇ ଦୁଇ ସାହି ଗୋଷ୍ଠୀ ବିବାଦ ଘଟଣା। ପ୍ରତିକ୍ରିୟା ରଖିଲେ ଢେଙ୍କାନାଳ ଏସପି। ଅଧିକ ପଢନ୍ତୁ...
ଦୁଇ ସାହି ଗୋଷ୍ଠୀ ବିବାଦ ଘଟଣା
ଦୁଇ ସାହି ଗୋଷ୍ଠୀ ବିବାଦ ଘଟଣା
ଏସପି ନିଜେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆହତ ରାଜକିଶୋରର ଭାଇ ସୂର୍ଯ୍ୟକାନ୍ତ ଥାନାର ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ତଦନ୍ତ ପ୍ରକ୍ରିୟା ତ୍ବରାନିତ ହୋଇଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଧରାଯିବା ସହ ଦୁଇ ସାହିରେ କିପରି ସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବ ସେନେଇ ଚେଷ୍ଟା କରିବେ ବୋଲି କହିଛନ୍ତି ଢେଙ୍କାନାଳ ଏସପି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ