ଓଡିଶା

odisha

ETV Bharat / state

ପେଟ୍ରୋଲ ପମ୍ପ ଡକାୟତି ଘଟଣା: ୨ ଡକାୟତ ଗିରଫ, ପିସ୍ତଲ ସହ ୨୮ ରାଉଣ୍ଡ ଗୁଳି ଜବତ - Dhenkanal petrolpump dakayat case

ଢେଙ୍କାନାଳ ସଦର ଥାନା ଓସ୍ତପାଳ ମାତୃକୃପା ପେଟ୍ରୋଲ ପମ୍ପ ଡକାୟତି ଘଟଣା । ୨ ଡକାୟତ ଗିରଫ ଓ ୨ଟି ପିସ୍ତଲ ସହ ୨୮ ଜୀବନ୍ତ ଗୁଳି ଜବତ । ଅଧିକ ପଢନ୍ତୁ...

dhenkanal-petrolpump-dakayat-case
ପେଟ୍ରୋଲ ପମ୍ପ ଡକାୟତି ଘଟଣା; ୨ ଜଣ ଡକାୟତ ଗିରଫ, ପିସ୍ତଲ ସହ ୨୮ ରାଉଣ୍ଡ ଗୁଳି ଜବତ

By

Published : Oct 13, 2021, 8:35 PM IST

ଢେଙ୍କାନାଳ : ସଦର ଥାନା ଓସ୍ତପାଳ ମାତୃକୃପା ପେଟ୍ରୋଲ ପମ୍ପ ଡକାୟତି ଘଟଣା । ୨ ଡକାୟତ ଗିରଫ ଓ ୨ଟି ପିସ୍ତଲ ସହ ୨୮ଟି ଜୀବନ୍ତ ଗୁଳି ଜବତ । ଗିରଫ ଡକାୟତ ମାନେ ଜଗତସିଂହପୁର କାଳିଆ ଗ୍ୟାଙ୍ଗର । ଆଠଗଡ଼ ବ୍ୟାଙ୍କ ଟଙ୍କା ଡକାୟତିରେ ସମ୍ପୃକ୍ତ ସନ୍ଦେହରେ ରିମାଣ୍ଡରେ ଆଣିବା ପଇଁ ଢେଙ୍କାନାଳ ଏସପିଙ୍କ ସୂଚନା ।

ପେଟ୍ରୋଲ ପମ୍ପ ଡକାୟତି ଘଟଣା; ୨ ଜଣ ଡକାୟତ ଗିରଫ, ପିସ୍ତଲ ସହ ୨୮ ରାଉଣ୍ଡ ଗୁଳି ଜବତ

ଢେଙ୍କାନାଳ ସଦରଥାନା ଓସ୍ତପାଳ ମାତୃକୃପା ପେଟ୍ରୋଲ ପମ୍ପ ଡକାୟତି ଘଟଣାରେ ପୋଲିସ ପୁଣି ଦୁଇଜଣ ଡକାୟତଙ୍କୁ ଗିରଫ କରିଛି । ପୂର୍ବରୁ ଜଣଙ୍କୁ ପୋଲିସ ଗିରଫ କରିଥିଲା ବୋଲି ଜଣାପଡିଛି । ଗତ ଅଗଷ୍ଟ ୧୯ ତାରିଖରେ ଉକ୍ତ ପେଟ୍ରୋଲ ପମ୍ପରୁ ୪୯ ହଜାର ୬ଶହ ୪୬ଟଙ୍କା ଲୁଟ ହୋଇଥିଲା। ସୁଜୁକି ମୋଟର ସାଇକେଲରେ ଆସି ପେଟ୍ରୋଲ ପମ୍ପ ସେଲସମ୍ୟାନ ଠାରୁ ତିନି ଡକାୟତ ଟଙ୍କା ଲୁଟ କରିଥିଲେ। ପୂର୍ବରୁ ଜଣଙ୍କୁ ଗିରଫ କରାଯାଇଥିଲା। ସମସ୍ତ ଅପରାଧୀ ଜଗତସିଂହପୁର ହାତୀ କାଳିଆ ଗ୍ୟାଙ୍ଗର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ପାଞ୍ଚଟି ପିସ୍ତଲ ମାଗାଜିନ ଏବଂ ୨୮ଟି ଅଫୁଟା ଗୁଳି, ଦୁଇଟି ଭୁଜାଲି, ୧୨ଟି ମୋବାଇଲ ସହିତ ଚାର୍ଜର ଓ କିଛି ସିମକାର୍ଡ ମଧ୍ୟ ଜବତ କରିଛି ପୋଲିସ ।

ଆଠଗଡ ବ୍ୟାଙ୍କ ଟଙ୍କା ଗାଡି ଡକାୟତି ଏବଂ ବଳଦିଆବନ୍ଧ ପେଟ୍ରୋଲ ପମ୍ପ ଡକାୟତି ଘଟଣା ସହିତ ଏମାନଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରିଛି ପୋଲିସ । ଫଳରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବାବେଳେ ଏହି ଦୁଇ ଅପରାଧୀଙ୍କୁ ଚାରିଦିନ ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ଢେଙ୍କାନାଳ ପୋଲିସ। ରିମାଣ୍ଡ ଅବଧିରେ ଅଧିକ ଜେରା କରିବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଢେଙ୍କାନାଳ ଏସପି କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details