ଓଡିଶା

odisha

ETV Bharat / state

ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ, ପଚାରି ବୁଝିଲେ ଲୋକଙ୍କ ସମସ୍ୟା - Dhenkanal MLA sudhir kumar samol

ଲଘୁଚାପ ଜନିତ ଲଗାଣ ବର୍ଷାରେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି ଢେଙ୍କାନାଳ ଜିଲ୍ଲା ସ୍ଥାନୀୟ ବିଧାୟକ ସୁଧୀର କୁମାର ସାମଲ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ
ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ

By

Published : Sep 10, 2020, 3:37 PM IST

ଢେଙ୍କାନାଳ: ଗଁଦିଆ ବ୍ଲକର ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ବିଧାୟକ । ବନ୍ୟାର ସମୀକ୍ଷା କରିବା ପାଇଁ ଗଁଦିଆ ବ୍ଲକର ବାଇଁସିଆ ପଞ୍ଚାୟତ, କରମୁଳ, ମନ୍ଦାର, କାଶୀପୁର, ଖଣ୍ଡବନ୍ଧ, ପିଙ୍ଗୁଆ ଆଦି ପଞ୍ଚାୟତ ପରିଦର୍ଶନ କରିଥିଲେ ।

ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ

ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ମିଶ୍ର, ଗଁଦିଆ ତହସିଲଦାର ଆଶିଷ ରଞ୍ଜନ ସାହୁ, ଗଁଦିଆ କୃଷି ଅଧିକାରୀ, ଢେଙ୍କାନାଳ ବିଜୁଛାତ୍ର ଜନତା ଦଳ ସଭାପତି ସୁରଜ ମହାପାତ୍ର, ଗଁଦିଆ ବ୍ଲକ ସଭାପତି ବିଶ୍ଵନାଥ ଜେନା ଯୁବ ସଭାପତି ପ୍ରଦୀପ ରାଉତ ଛାତ୍ର ସଭାପତି କ୍ଷୀରୋଦ ଦାସ, ମହିଳା ସଭାପତି ଶୁଭଦର୍ଶିନୀ ପରିଡ଼ା ଓ ସ୍ଥାନୀୟ ସରପଞ୍ଚମାନେ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details