ଢେଙ୍କାନାଳ: କୋରୋନା କବଳରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତେ କବଳିତ । ପୂର୍ବରୁ ଅନେକ ମନ୍ତ୍ରୀ ଓ ବିଧାୟକ ପଜିଟିଭ ଚିହ୍ନଟ ହୋଇଥିବାବେଳେ, ସୋମବାର ଢେଙ୍କାନାଳର ବିଜେଡି ବିଧାୟକ ସୁଧୀର କୁମାର ସାମଲ କୋରୋନା ପଜିଟିଭ ଥିବା ଜଣାପଡିଛନ୍ତି। ଏହାର ସୂଚନା ସେ ନିଜେ ଟ୍ବିଟ କରି ଜଣାଇଛନ୍ତି ।
ଢେଙ୍କାନାଳ ବିଧାୟକ ସୁଧୀର ସାମଲ କୋରୋନା ପଜିଟିଭ - ଢେଙ୍କାନାଳ ବିଧାୟକ କୋରୋନା ପଜିଟିଭ ଚିହ୍ନଟ
କୋରୋନା ସମୟରେ ମଧ୍ୟ ନିଜ କାମରେ ଯୋଗଦେଉଛନ୍ତି ରାଜନେତା ଓ ମନ୍ତ୍ରୀମାନେ । ଯାହା ଫଳରେ ସେମାନେ ମଧ୍ୟ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହେଉଛନ୍ତି । ଆଉ ସୋମବାର ମଧ୍ୟ ବିଧାୟକ ସୁଧୀର କୁମାର ସାମଲ କୋଭିଡ ପଜିଟିଭ ଥିବା ଜଣାପଡିଛନ୍ତି । ଅଧିକ ପଢନ୍ତୁ...
![ଢେଙ୍କାନାଳ ବିଧାୟକ ସୁଧୀର ସାମଲ କୋରୋନା ପଜିଟିଭ କୋରୋନା ପଜିଟିଭ ଥିବା ଟ୍ବିଟ କରି ସୂଚନା ଦେଲେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ](https://etvbharatimages.akamaized.net/etvbharat/prod-images/768-512-8798011-1017-8798011-1600083593535.jpg)
କୋରୋନା ପଜିଟିଭ ଥିବା ଟ୍ବିଟ କରି ସୂଚନା ଦେଲେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ
ବିଧାୟକ ସୁଧୀର କୁମାର ଟ୍ବିଟରେ ଲେଖିଛନ୍ତି ଯେ, ''ଆଜି ମୋ ରିପୋର୍ଟ କୋଭିଡ ପଜିଟିଭ ଆସିବା ପରେ ମୁଁ ସଙ୍ଗରୋଧରେ ଅଛି ଏବଂ ସମସ୍ତଙ୍କୁ ଅନୁରୋଧ କରୁଛି ମୋର ଏବଂ ମୋ PSOଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜ ନିଜର କୋରୋନା ଟେଷ୍ଟ କରିନିଅନ୍ତୁ ଏବଂ ସଙ୍ଗରୋଧରେ ରୁହନ୍ତୁ''।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ