ଢେଙ୍କାନାଳ: ସହରର ଷ୍ଟେସନ ବଜାର ଠାରେ ଥିବା ଏସବିଆଇ ଶାଖା ବନ୍ଦ ପ୍ରତିବାଦ । ଏହି ଶାଖା ଉପରେ ଆଖପାଖର ପ୍ରାୟ 10 ଟି ପଞ୍ଚାୟତ ଓ ପୌରାଞ୍ଚଳର 5ଟି ଓ୍ବାର୍ଡର ବାସିନ୍ଦା ନିର୍ଭର କରୁଥିବାବେଳେ ଶାଖା ବନ୍ଦ କରାଯିବା ନେଇ ସୂଚନା ପାଇବା ପରେ ଜନ ଅସନ୍ତୋଷ ଦେଖାଦେଇଛି । ଏନେଇ ମଙ୍ଗଳବାର ସ୍ଥାନୀୟ ବାସିନ୍ଦା ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ କରିଛନ୍ତି ।
ଏସବିଆଇ ଶାଖା ବନ୍ଦ ନେଇ ସ୍ଥାନୀୟ ଲୋକଙ୍କ ପ୍ରତିବାଦ - ଏସବିଆଇ ଶାଖା ବନ୍ଦ ନେଇ ପ୍ରତିବାଦ
ଢେଙ୍କାନାଳ ସହର ଷ୍ଟେସନ ବଜାର ଠାରେ ଥିବା ଏସବିଆଇ ଶାଖା ବନ୍ଦ ନେଇ ସ୍ଥାନୀୟ ଲୋକଙ୍କ ପ୍ରତିବାଦ । ଅଧିକ ପଢନ୍ତୁ...

ଏସବିଆଇ ଶାଖା ବନ୍ଦ ନେଇ ସ୍ଥାନୀୟ ଲୋକଙ୍କ ପ୍ରତିବାଦ
ଏସବିଆଇ ଶାଖା ବନ୍ଦ ନେଇ ସ୍ଥାନୀୟ ଲୋକଙ୍କ ପ୍ରତିବାଦ
ଷ୍ଟେସନ ବଜାରସ୍ଥିତ ଏହି ଏସବିଆଇ ଶାଖାକୁ ଅନ୍ୟ ଏକ ଶାଖା ସହିତ ମିଶ୍ରଣ କରାଯାଇଛି । ଫଳରେ ଏ ସମ୍ପର୍କରେ ଜାଣିବା ପରେ ଆଜି(ମଙ୍ଗଳବାର) ସ୍ଥାନୀୟ ଲୋକ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ପରେ ସ୍ଥାନୀୟ ଲୋକ ସେମାନଙ୍କ ପ୍ରତିନିଧିଙ୍କ ମାଧ୍ୟମରେ ଏସବିଆଇ ମୁଖ୍ୟ ଶାଖା ପରିଚାଳକ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ପ୍ରତିବାଦକାରୀ ଚେତାବନୀ ଦେଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ