ଢେଙ୍କାନାଳ: ପ୍ରସିଦ୍ଧ ଗଜ ଲକ୍ଷ୍ମୀପୂଜାର ମଜା ନେଉଛନ୍ତି ଢେଙ୍କାନାଳବାସୀ । ଏହି ପୂଜା ଉପଲକ୍ଷେ ଢେଙ୍କାନାଳ ମହିଷାପାଟ ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଜାତୀୟସ୍ତରୀୟ ସରସ ମେଳା । ଏହି ମେଳା ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୩ ତାରିଖ ଯାଏଁ ଚାଲିବ । ପୂଜା ବୁଲି ଆସୁଥିବା ଲୋକମାନେ ଏହି ସରସ ମେଳାର ମଧ୍ୟ ମଜା ନେଉଛନ୍ତି ।
ଏଥିରେ ରାଜ୍ୟର ୩୦ ଜିଲ୍ଲା ସମେତ ୨୪ଟି ରାଜ୍ୟର ହସ୍ତ ଶିଳ୍ପୀ କାରିଗର ୫୦୦ ଷ୍ଟଲରେ ହସ୍ତଶିଳ୍ପ, ଘରୋଇ ଉପକରଣ ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି । ଏହା ଛଡା ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ୨୦ଟି ଷ୍ଟଲ ଖୋଲାଯାଇଛି।