ଓଡିଶା

odisha

ତିନି ଦିନିଆ ସଟଡାଉନରେ କାମାକ୍ଷାନଗର ଏନଏସି ଓ କୁସୁମଯୋଡି ପଞ୍ଚାୟତ

By

Published : Aug 10, 2020, 4:09 PM IST

ତିନି ଦିନିଆ ସଟଡାଉନରେ ଢେଙ୍କାନାଳ କାମାକ୍ଷାନଗର । ଆଜି କଟକଣାର ପ୍ରଥମ ଦିନରେ ତଦାରଖ କଲେ ତହସିଲଦାର । ଅଧିକ ପଢନ୍ତୁ...

ତିନି ଦିନିଆ ସଟଡାଉନରେ କାମାକ୍ଷାନଗର
ତିନି ଦିନିଆ ସଟଡାଉନରେ କାମାକ୍ଷାନଗର

ଢେଙ୍କାନାଳ: କାମାକ୍ଷାନଗର ଏନଏସିରୁ କୋରୋନା ଚିହ୍ନଟ ପରେ 3 ଦିନିଆ ସଟଡାଉନ ଘୋଷଣା । ଆଜି (ସୋମବାର) ଠାରୁ ବୁଧବାର ପର୍ଯ୍ୟନ୍ତ ସଟଡାଉନ କରାଯାଇଛି । ରବିବାର ଏନଏସିରୁ 19 କୋରୋନା ପଜିଟିଭ ପରେ ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ, କୁସୁମଯୋଡି ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ 3 ଦିନ ସଟଡାଉନ କରିଛନ୍ତି ।

ତିନି ଦିନିଆ ସଟଡାଉନରେ କାମାକ୍ଷାନଗର

କାମାକ୍ଷାନଗରରେ ସଟଡାଉନର ଆଜି ପ୍ରଥମ ଦିନରେ ତହସିଲଦାରଙ୍କ ଉପସ୍ଥିତିରେ ପ୍ରତ୍ୟେକ ଛକରେ ଚେକିଂକୁଜୋରଦାର କରାଯାଇଛି। ସହରର ଜଗନ୍ନାଥ ବଜାର, ଲକ୍ଷ୍ମୀବଜାର, ହନୁମାନ ବଜାର ଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଅମାନିଆମାନଙ୍କୁ ପୋଲିସ ତରଫରୁ ସାବାଡ କରାଯାଉଥିବା ଦେଖିବାକୁ ମିଳିଛି। କଟକଣା ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ଠପ ହୋଇପଡିଛି ।

କୁସୁମଯୋଡି ପଞ୍ଚାୟତରୁ ରବିବାର 2ଟି ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି । ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାରୁ ସରପଞ୍ଚ ଅନୀତା ନାୟକ ସଂପୂର୍ଣ୍ଣ ପଞ୍ଚାୟତକୁ ସଟ ଡାଉନ ଘୋଷଣା କରିଛନ୍ତି । ମଙ୍ଗଳବାର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏଥିସହ ପଞ୍ଚାୟତକୁ ସମ୍ପୂର୍ଣ୍ଣ ସାନିଟାଇଜ ମଧ୍ୟ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

ABOUT THE AUTHOR

...view details