ଓଡିଶା

odisha

ETV Bharat / state

ଢେଙ୍କାନାଳରେ ଜଗନ୍ନାଥଙ୍କ ନବକଳେବର ଓ ବିଗ୍ରହ ପ୍ରତିଷ୍ଠା ବିବାଦ, କ୍ଷମା ମାଗିଲେ କର୍ତ୍ତୃପକ୍ଷ - ଜଗନ୍ନାଥଙ୍କ ନବକଳେବର ଓ ଦାରୁ ବିଗ୍ରହ ପ୍ରତିଷ୍ଠା ବିବାଦ

ଢେଙ୍କାନାଳ ଶରଣ ଶ୍ରୀକ୍ଷେତ୍ରରେ ନବକଳେବର ଓ ବିଗ୍ରହ ପ୍ରତିଷ୍ଠା ବିବାଦ । ଶ୍ରୀମନ୍ଦିର ଦଇତାପତି ନିଯୋଗ ଅଭିଯୋଗ ପରେ ପ୍ରତିକ୍ରିୟା ଶରଣ ଶ୍ରୀକ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ପ୍ରତିକ୍ରିୟା । ତେବେ ଏନେଇ ଢେଙ୍କାନାଳ ଏକଘରିଆ ସ୍ଥିତ ଶରଣ ଶ୍ରୀକ୍ଷେତ୍ରରେ ସମସ୍ତ ନୀତିକାନ୍ତି ବନ୍ଦ ହେବା ସହ ହାତସରେ ଫେରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ଜଗନ୍ନାଥଙ୍କ ନବକଳେବର ଓ ବିଗ୍ରହ ପ୍ରତିଷ୍ଠା ବିବାଦ, କ୍ଷମା ମାଗିଲେ ଚିଣ୍ଟୁ ବାବା
ଜଗନ୍ନାଥଙ୍କ ନବକଳେବର ଓ ବିଗ୍ରହ ପ୍ରତିଷ୍ଠା ବିବାଦ, କ୍ଷମା ମାଗିଲେ ଚିଣ୍ଟୁ ବାବା

By

Published : Mar 29, 2022, 10:58 PM IST

ଢେଙ୍କାନାଳ:ଢେଙ୍କାନାଳ ଶରଣ ଶ୍ରୀକ୍ଷେତ୍ରରେନବକଳେବର ଓ ବିଗ୍ରହ ପ୍ରତିଷ୍ଠା ବିବାଦ । ଶ୍ରୀମନ୍ଦିର ଦଇତାପତି ନିଯୋଗ ଅଭିଯୋଗ ପରେ ପ୍ରତିକ୍ରିୟା ଶରଣ ଶ୍ରୀକ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ପ୍ରତିକ୍ରିୟା । ତେବେ ଏନେଇ ଢେଙ୍କାନାଳ ଏକଘରିଆ ସ୍ଥିତ ଶରଣ ଶ୍ରୀକ୍ଷେତ୍ରରେ ସମସ୍ତ ନୀତିକାନ୍ତି ବନ୍ଦ ହେବା ସହ ହାତସରେ ଫେରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।

ଜଗନ୍ନାଥଙ୍କ ନବକଳେବର ଓ ବିଗ୍ରହ ପ୍ରତିଷ୍ଠା ବିବାଦ, କ୍ଷମା ମାଗିଲେ ଚିଣ୍ଟୁ ବାବା

ଏହାକୁ ନେଇ ପୁରୀ ଦଇତାପତି ନିଯୋଗ ପକ୍ଷରୁ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଫଳରେ ଶରଣ ଶ୍ରୀକ୍ଷେତ୍ରରେ ସମସ୍ତ ନୀତିକାନ୍ତିକୁ ବିକାଶ ପରିଷଦ ପକ୍ଷରୁ ବନ୍ଦ କରି ଦେଇଥିବାରୁ ସେଠାକୁ ଯାଉଥିବା ଭକ୍ତ ଓ ଶ୍ରଦ୍ଧାଳୁ ନିରାଶରେ ଫେରୁଛନ୍ତି । ଢେଙ୍କାନାଳ ଜିଲ୍ଲା ଏକଘରିଆ ସ୍ଥିତ ଶରଣ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିରରେ ଦାରୁ ବିଗ୍ରହ ପ୍ରତିଷ୍ଠା ବିବାଦ ଘେରକୁ ଆସିଛି ।

ଏହା ବି ପଢନ୍ତୁ:ଘନେଇଲା ଢେଙ୍କାନାଳରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ଓ ନବକଳେବର ପ୍ରସଙ୍ଗ ବିବାଦ

ଏଥିପାଇଁ ଶରଣ ଶ୍ରୀକ୍ଷେତ୍ର ବିକାଶ ପରିଷଦର ପରିଚାଳକ ଚିଣ୍ଟୁ ବାବା କ୍ଷମା ପ୍ରାର୍ଥନା ମାଗିବା ସହ ଆଗାମୀ କାର୍ଯ୍ୟପନ୍ଥା ପାଇଁ ପରାମର୍ଶ ମାଗିଛନ୍ତି । ଏପରିସ୍ଥଳେ କ୍ଷମା ପ୍ରାର୍ଥନା କରି ପରାମର୍ଶ ଅପେକ୍ଷାରେ ରହିଥିବା ଶରଣ ଶ୍ରୀକ୍ଷେତ୍ର ବିକାଶ ପରିଷଦକୁ କଣ ନିର୍ଦେଶ ଆସୁଛି ତାହାକୁ ଅପେକ୍ଷା ରହିଛି ।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details