ଢେଙ୍କାନାଳ:ଭିଜିଲାନ୍ସ କବଜାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଫରେନସିକ ମେଡ଼ିସିନ ଡାକ୍ତର ଉମାକାନ୍ତ ଖଜେରିଆ । ମୃତକଙ୍କ LIC କ୍ଲେମ ସାର୍ଟିଫିକେଟ ପାଇଁ ୧୧ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ । ଡାକ୍ତରଙ୍କ ସହ ତାଙ୍କ କାରକୁ ଭିଜିଲାନ୍ସ ଉଠାଇ ନେଇଥିବା ଜଣାପଡ଼ିଛି ।
ସେ ଲାଞ୍ଚ ନେଇଥିବା ରାସାୟନିକ ବୋଳା ୧୧ହଜାର ଟଙ୍କା ତାଙ୍କ ଠାରୁ ଭିଜିଲାନ୍ସ ଜବତ କରିଛି । କ୍ଲିନିକରୁ ଡାକ୍ତର ବାବୁଙ୍କ ସମେତ ତାଙ୍କର ଏକ କାରକୁ ମଧ୍ୟ ଉଠାଇ ନେଇଛି ଭିଜିଲାନ୍ସ । ଡାକ୍ତର ବାବୁ ଜଣକ ଏଲଆଇସି ଡେଥ୍ କ୍ଲେମ ସେଟଲ ଲାଗି ଆବଶ୍ୟକ ଡାକ୍ତରୀ ସାର୍ଟିଫିକେଟ ପାଇଁ ମୃତକ ପରିବାର ପାଇବାକୁ ଥିବା ମୋଟ ଟଙ୍କାର ଶତକଡା ୧୦ ପ୍ରତିଶତ ଲାଞ୍ଚ ନେଇଥାନ୍ତି ବୋଲି ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା ।