ଢେଙ୍କାନାଳ:ଚଳିତ ପୌରନିର୍ବାଚନ ପାଇଁ ଆସନ୍ତାକାଲି(ଗୁରୁବାର) ମତଦାନ ହେବ । ଢେଙ୍କାନାଳ ପୌରପରିଷଦର ମୋଟ ୨୩ଟି ୱାର୍ଡ ପାଇଁ ମୋଟ ୫୧ହଜାର ୧୬୧ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଆସନ୍ତାକାଲି ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏ ମତଦାନ କାର୍ଯ୍ୟ ଚାଲିବ । ତେବେ ମୋଟ ୫୩ଟି ବୁଥ ରହିଥିବା ବେଳେ ସେଥିମଧ୍ୟରୁ ୧୯ବୁଥ ସମ୍ବେଦନଶୀଳ ବୁଥ ରହିଛି । ଏହା ବ୍ୟତୀତ ୪ଟି ବୁଥ ଅତି ସମ୍ବେଦନଶୀଳ ରହିଥିବାବେଳେ ଏହି ବୁଥ ଗୁଡିକ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।
ପୌର ଭୋଟ ପାଇଁ ପ୍ରସ୍ତୁତ ଢେଙ୍କାନାଳ ପ୍ରଶାସନ - ଢେଙ୍କାନାଳ ପୌର ନିର୍ବାଚନ
ଢେଙ୍କାନାଳ ପୌରପରିଷଦର ମୋଟ ୨୩ଟି ୱାର୍ଡ ପାଇଁ ମୋଟ ୫୧ହଜାର ୧୬୧ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ତେବେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହେବ ବୋଲି ଆଶା ପୋଷଣ କରିଛନ୍ତି ପୌର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ । ଅଧିକ ପଢନ୍ତୁ

ଢେଙ୍କାନାଳ ପୌର ନିର୍ବାଚନ ଭୋଟ ଗ୍ରହଣ ପାଇ ପ୍ରଶସନର ପ୍ରସ୍ତୁତି ଶେଷ
ଢେଙ୍କାନାଳ ପୌର ନିର୍ବାଚନ ଭୋଟ ଗ୍ରହଣ ପାଇ ପ୍ରଶସନର ପ୍ରସ୍ତୁତି ଶେଷ
ଅପରପକ୍ଷରେ ଜର୍ଜ ସ୍କୁଲର ସମସ୍ତ ୩ଟି ବୁଥକୁ ମଡେଲ ବୁଥ କରାଯାଇଥିବାବେଳେ କୁଞ୍ଜକାନ୍ତ ସ୍କୁଲର ୩ଟି ବୁଥକୁ ପିଙ୍କ ବୁଥ ଭାବେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ସମସ୍ତ ପୁଲିଙ୍ଗ ପାର୍ଟି ସେମାନଙ୍କର ଇଭିଏମକୁ ନିର୍ବାଚନ ଅଧିକାରୀ ତଥା ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗ୍ରହଣ କରି ସମସ୍ତ ବୁଥକୁ ପହଂଚି ସାରିଥିବା ଜଣାପଡିଛି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହେବ ବୋଲି ଆଶା ପୋଷଣ କରିଛନ୍ତି ପୌର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ