ଓଡିଶା

odisha

ETV Bharat / state

କୋଭିଡ ନିୟମ ଖିଲାପକାରୀଙ୍କୁ ଫାଇନ - taken action against Kovid violators

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଉଲ୍ଲଘଂନକରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ । ଅଧିକ ପଢନ୍ତୁ:

କୋଭିଡ ନିୟମ ଖିଲାଫକାରୀଙ୍କୁ ଫାଇନ
କୋଭିଡ ନିୟମ ଖିଲାଫକାରୀଙ୍କୁ ଫାଇନ

By

Published : Nov 30, 2020, 10:16 PM IST


ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି। ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଭିଡ ନିୟମ ଖିଲାଫକାରୀଙ୍କ ଠାରୁ ଫାଇନ ଆଦାୟ କରାଯାଇଛି।

କୋଭିଡ ନିୟମ ଖିଲାଫକାରୀଙ୍କୁ ଫାଇନ

ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦେଶ କ୍ରମେ ସଦର ତହସିଲଦାର ଓ ପୋଲିସ କର୍ମଚାରୀ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରି ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରୁନଥିବା ଆଇନ ଖିଲାଫକାରୀଙ୍କ ଠାରୁ ଜୋରିମନା ଆଦାୟ କରିଛନ୍ତି। ଜନ ସାଧାରଣ କୋଭିଡ ନିୟମ ପାଳନ କରି ପୂଜାପାର୍ବଣରେ ଜନ ସମାଗମ ଠାରୁ ଦୂରେଇ ରହିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଆଦି ପାଳନ କରି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇ ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ବେ କିଛି ବ୍ୟକ୍ତି ଏହାର ଖିଲାଫ କରୁଛନ୍ତି।ତେଣୁ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ଚଢାଉ କରି ଖିଲାଫକାରୀଙ୍କ ଠାରୁ ଜୋରିମନା ଆଦାୟ କରିଛନ୍ତା।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details