ଢେଙ୍କାନାଳ: ରାସ୍ତା ପର୍ଶ୍ବରୁ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ରାସ୍ତା ପର୍ଶ୍ବରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଛ ପାଖ ଦକ୍ଷିଣକାଳୀ ରୋଡ଼ର ରାସ୍ତା ପାର୍ଶ୍ଵରେ ଏକ ବୁଦାରେ ଏହି ମୃତଦେହ ରହିଥିଲା । ମୃତକ ଜଣଙ୍କ ସ୍ଥାନୀୟ ଖମାର ସାହିର କାନ୍ଦୁଲୁ ଦେହୁରୀ ବୋଲି ଜଣାପଡିଛି । ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ । ଖବର ପାଇ ଟାଉନ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକ ଗୋଡ଼ ଓ ଦେହରେ କିଛି କ୍ଷତ ଚିହ୍ନ ଥିବା ଦେଖାଯାଇଛି ।