ଓଡିଶା

odisha

ETV Bharat / state

ଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି ମାମଲା, ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଲେ ଜିଲ୍ଲାପାଳ - ଭିଜିଲାନ୍ସ ତଦନ୍ତ

ଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି ମାମଲା । ଏହି ଘଟଣାରେ ୨୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି ମାମଲା  , ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଲେ ଜିଲ୍ଲାପାଳ
ଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି ମାମଲା , ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଲେ ଜିଲ୍ଲାପାଳଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି ମାମଲା , ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଲେ ଜିଲ୍ଲାପାଳ

By

Published : Sep 11, 2021, 11:59 AM IST

ଢେଙ୍କାନାଳ:ଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି ମାମଲା । ଏହି ଘଟଣାରେ ୨୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜଳାଶ୍ରୟର କିସମ ପରିବର୍ତ୍ତନ କରି ଜମି ଦଲାଲଙ୍କ ହାତରେ ଜମି ଟେକି ଦେଇଛନ୍ତି ତହସିଲ କର୍ମଚାରୀ । ଆଉ ରାଜସ୍ବ କର୍ମଚାରୀ ଓ ଜମି ମାଫିଆଙ୍କ ସଲାସୁତୁରାରେ ଉକ୍ତ ଜମିକୁ ପ୍ଲଟିଂ କରି ଉଠାଇ ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କାର ମୁନାଫା । ଏହି ଘଟଣା ସାମ୍ନାକୁ ଆସିବା ପରେ ଢେଙ୍କାନାଳ ଟାଉନଥାନା ପୋଲିସ ଅତିରିକ୍ତ ତହସିଲଦାର ସହ ୫ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

ଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି ମାମଲା , ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଲେ ଜିଲ୍ଲାପାଳଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି ମାମଲା , ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଲେ ଜିଲ୍ଲାପାଳ

ଢେଙ୍କାନାଳ ସହରର ସାନସାଠିଏବାଟିଆ ଅଞ୍ଚଳର ସୁଆଗିନାଳ କୁହାଯାଉଥିବା ଜଳାଶ୍ରୟକୁ କରାଯାଇଛି ଜାଲିଆତି । ଗତକାଲି ଏହି ଘଟଣାରେ ୧୦ ଜଣ ତହସିଲ କର୍ମଚାରୀଙ୍କ ସହ ୧୨ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏଥିରେ ସମ୍ପୃକ୍ତ ରହିଛନ୍ତି ୫ ଜଣ ଅମୀନ, ୨ ଜଣ ଡାଟାଏଣ୍ଟ୍ରି ଅପରେଟର ଓ ରେକର୍ଡ କିପର ଅଭିଯୁକ୍ତ ।

ଏ ସମ୍ପର୍କରେ ଜିଲ୍ଲାପାଙ୍କ ନିର୍ଦେଶକ୍ରମେ ତଦନ୍ତ ରିପୋର୍ଟ ମୁତାବକ ଟାଉନ ଥାନାରେ ତହସିଲଦାର ଅଭିଯୋଗ କରିଥିବାବେଳେ ନିରପେକ୍ଷ ଯାଞ୍ଚ ପାଇଁ ଭିଜିଲାନ୍ସ ବିଭାଗକୁ ଜଣାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ତେବେ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଉକ୍ତ ଜମିକୁ ଉଦ୍ଧାର ପାଇଁ ସାଧାରଣରେ ମଧ୍ୟ ଦାବି ମଧ୍ୟ ଜୋର ଧରିଛି ।

ସୂଚନା ମୁତାବକ, ନରେନ୍ଦ୍ର ବେହେରା ଢେଙ୍କାନାଳ ସହରର ସାନଷାଠିଏ ବାଟିଆ ଅଞ୍ଚଳରେ ଥିବା ସୁଆଗି ନାଳ ଜଳାଶ୍ରୟକୁ ତହସିଲ କର୍ମଚାରୀଙ୍କ ସଲାସୁତରାରେ ଚଞ୍ଚକତାର ସହ ଶାରଦ ଦୁଇକୁ କିଶମ ପରିବର୍ତ୍ତନ କରି ତାଙ୍କ ପତ୍ନୀଙ୍କ ନାମରେ ପ୍ଲଟିଂ କରି ବିକ୍ରି କରୁଥିଲେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ ରିପୋର୍ଟ ମୁତାବକ ତହସିଲଦାର ଟାଉନ ଥାନାରେ ଅତିରିକ୍ତ ତହସିଲଦାର ସମେତ ତହସିଲର ୧୦କର୍ମଚାରୀ ଓ ଜମି ମାଲିକ ବେବିନା ବେହେରାଙ୍କ ନାମରେ ଅଭିଯୋଗ ହୋଇଥିଲା ।

ଘଟଣାର ଛାନ ଭିନ କରି ଜମି ଜଳିଆତିର ସୂତ୍ରଧର ନରେନ୍ଦ୍ର ବେହେରା ବୋଲି ପୋଲିସ ଜାଣିବା ପରେ ଗତକାଲି ଠାରୁ ନରେନ୍ଦ୍ର ବେହେରାଙ୍କ ସମେତ ତାଙ୍କ ପତ୍ନୀ , ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ, ତହସିଲ ଅମୀନ ଓ ରେକର୍ଡ କିପର ଏପରି ୮ଜଣଙ୍କୁ ଟାଉନ ଥାନାରେ ଅଟକରଖି ତଦନ୍ତ ଚଲାଇଛି । ତେବେ ଏହି ଜମି ଦୁର୍ନୀତିରେ ଆଉ କିଏ ଅଛନ୍ତି ସେ ସମ୍ପର୍କରେ ଛାନ ଭିନ କରୁଥିବା ପ୍ରକାଶ କରୁଛନ୍ତି ଏସଡିପିଓ ।ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ଜମି ଦୁର୍ନୀତିରେ ଲିପ୍ତ ଜମି ମାଫିଆ ଓ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details