ଓଡିଶା

odisha

ETV Bharat / state

ଢେଙ୍କାନାଳ ସିଭିଲ କୋର୍ଟ ପରିସର ସିଲ - ସିଭିଲ କୋର୍ଟ ପରିସର ସିଲ

ଢେଙ୍କାନାଳ ଜିଲ୍ଲାରେ ଥିବା ସିଭିଲ କୋର୍ଟ ପରିସରକୁ 7 ଦିନ ଯାଏଁ ସିଲ କରାଯାଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳ ସିଭିଲ କୋର୍ଟ ପରିସର ସିଲ
ଢେଙ୍କାନାଳ ସିଭିଲ କୋର୍ଟ ପରିସର ସିଲ

By

Published : May 17, 2021, 7:30 AM IST

ଢେଙ୍କାନାଳ: ଜିଲ୍ଲାର ସିଭିଲ କୋର୍ଟକୁ ଆସନ୍ତା ୨୩ ତାରିଖ ଯାଏଁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । କୋର୍ଟ ପରିସରରୁ 5 ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ରାଜ୍ୟ ସମେତ ଜିଲ୍ଲାରେ ମଧ୍ୟ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଜାରି ରହିଛି । ତଥାପି ମଧ୍ୟା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ସିଭିଲ କୋର୍ଟ ପରିସରରୁ 5 ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି । ଏପରିକି ସିଭିଲ କୋର୍ଟ ପରିସରକୁ ରବିବାରଠାରୁ ୭ ଦିନ ପାଇଁ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସିଲ ପାଇଁ ଘୋଷଣା କରିଛନ୍ତି । ଫଳରେ ସିଭିଲ କୋର୍ଟକୁ ସାନିଟାଇଜ କରାଯିବା ସହିତ ଆସନ୍ତା ୨୩ ତାରିଖ ଯାଏଁ ବନ୍ଦ ରହିବ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details