ଢେଙ୍କାନାଳ: ଚାଉଳିଆ ଖମାର ଗ୍ରାମ କନଷ୍ଟେବଳ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗ୍ରାମରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ସାହୁକୁ ପାରିଖେଦା ଗ୍ରାମରୁ ଶୁକ୍ରବାର ପୋଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ଗତ ୧୩ତାରିଖରେ ଚାଉଳିଆ ଖମାର ଗ୍ରାମରେ ପଞ୍ଚୁ ଦୋଳଯାତ୍ରା ଚାଲିଥିବା ବେଳେ ଗ୍ରାମରେ ଆଇଆରବି ପୋଲିସ କନଷ୍ଟେବଳ ରାମଚନ୍ଦ୍ର ସାହୁଙ୍କ ଉପରକୁ ଶ୍ରୀକାନ୍ତ ଗୁଳିମାଡ କରିଥିଲା । ଯେଉଁଥିରେ କନଷ୍ଟେବଳଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।