ଓଡିଶା

odisha

ETV Bharat / state

Train Tragedy: ବ୍ୟବସାୟ କାର୍ଯ୍ୟରେ ଯାଇଥିଲେ କୋଲକତା, ଫେରିଲା ମରଶରୀର - ବରିଷ୍ଠ ଅର୍ଥନୀତିଜ୍ଞ ରମଣ ଅଗ୍ରଓ୍ବାଲ

ଟ୍ରେନ ଦୁର୍ଘଟଣାକୁ ନେଇ ଆଉ ଏକ ଛାତିଥରା କାହାଣୀ ସାମନାକୁ ଆସିଛି। କୋଲକତା ଯାଇ ଯାଇ ଫେରିବା ବାଟରେ ହିଁ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି ଢେଙ୍କାନାଳର ଜଣେ ବ୍ୟବସାୟୀ। ଅଧିକ ପଢନ୍ତୁ

ଟ୍ରେନ ଦୁର୍ଘଟଣାରେ ବ୍ୟବସାୟୀ ମୃତ
ଟ୍ରେନ ଦୁର୍ଘଟଣାରେ ବ୍ୟବସାୟୀ ମୃତ

By

Published : Jun 5, 2023, 10:53 PM IST

ଟ୍ରେନ ଦୁର୍ଘଟଣାରେ ବ୍ୟବସାୟୀ ମୃତ

ଢେଙ୍କାନାଳ:ବାହାନଗା ଭୟଙ୍କର ଟ୍ରେନ ଟ୍ରାଜେଡିକୁ ନେଇ ଆଉ ଏକ ଛାତିଥରା କାହାଣୀ ସାମନାକୁ ଆସିଛି । ବ୍ୟବସାୟ କାର୍ଯ୍ୟରେ କୋଲକତା ଯାଇ ଫେରିବା ବାଟରେ ହିଁ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ବୃଦ୍ଧା ମାଆ ପୁଅର ଫେରିବା ବାଟକୁ ଚାହିଁ ବସିଥିବା ବେଳେ ପୁଅ ଫେରିଛି ସତ । ହେଲେ ଜୀବିତ ଅବସ୍ଥାରେ ନୁହେଁ । ଫେରିଛି ପୁଅର ମର ଶରୀର । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୯ରେ ରହୁଥିବା କ୍ରିଷ୍ଣା କୁମାର ଅଗ୍ରଓ୍ବାଲ କପଡା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରାୟ 10ରୁ 15 ବର୍ଷ ହେବ ସ୍ତ୍ରୀ ଆରପାରିକୁ ଚାଲିଯାଇଥିବାବେଳେ ପରିବାର କହିଲେ ୮୫ ବର୍ଷୀୟା ବୃଦ୍ଧା ମାଆ, ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କର ବିବାହ ସରିଥିବାବେଳେ ଅନ୍ୟ ଜଣେ ଅବିବାହିତ ।

ତେବେ କାହ୍ନୁ ଭାରତୀୟ ଏୟାର ଫୋର୍ସ ଅଧିକାରୀ ଭାବେ କାର୍ଯ୍ୟରତ କମଳ ଅଗ୍ରୱାଲ ଏବଂ ବରିଷ୍ଠ ଅର୍ଥନୀତିଜ୍ଞ ରମଣ ଅଗ୍ରଓ୍ବାଲଙ୍କର ବଡ଼ ଭାଇ । କାହ୍ନୁ ଭୁବନ ଗୁଜରିହାଟ ସ୍ଥିତ ନିଜ ବାସଭବନ ତଳେ ଥିବା ଦୋକାନରେ ବ୍ୟବସାୟ କରନ୍ତି । ଜଣେ ସଫଳ ବ୍ୟବସାୟୀ ହୋଇଥିବାବେଳେ କାହ୍ନୁଭାଇ ଭାବେ ସମସ୍ତଙ୍କର ପ୍ରିୟ ଥିଲେ କ୍ରିଷ୍ଣା କୁମାର ଅଗ୍ରୱାଲ । ତାଙ୍କର ମୃତ୍ୟୁରେ ଗୁଜରିହାଟ ବଣିକ ସଂଘର ଅପୂରଣୀୟ କ୍ଷତି ହୋଇଥିବା କହିଛନ୍ତି ସଂଘର ସଦସ୍ୟ । ତେବେ କାହ୍ନୁଙ୍କୁ ସମ୍ନାନ ଜଣାଇ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ରବିବାର ବଜାର ବନ୍ଦ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି ।

ସେହିପରି କାହ୍ନୁ ଜଣେ ପରୋପକାରୀ ଦରଦୀ ମଣିଷ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି । କାହ୍ନୁ ଘରର ବଡ଼ ପୁଅହୋଇ ଘର ଚଳାଇବା ସହିତ ସାନ ଭାଇ ମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଅନେକ ସଂଘର୍ଷ କରିଥିଲେ । ଏହାସହ ଅଞ୍ଚଳରେ ଶିତଳା ମାତା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କର ପ୍ରିୟର ପାତ୍ର ହୋଇଥିଲେ ସେ । ତେବେ ଗତ 3 ଦିନ ତଳେ କାହ୍ନୁ ବ୍ୟବସାୟ କାର୍ଯ୍ୟରେ କୋଲକତାରୁ ଟ୍ରେନ ଯୋଗେ ଫେରୁଥିଲେ । ସେହି ସମୟରେ ବାହାନଗା ଠାରେ ସେ ଟ୍ରେନ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଯାହାକୁ ନେଇ ପରିବାର ସମେତ ସମଗ୍ର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଭୁବନେଶ୍ବର ଏମ୍ସ ହସପିଟାଲରେ କାହ୍ନୁଙ୍କର ମରଶରୀର ରଖାଯାଇଥିବାବେଳେ ପରିବାରକୁ କାହ୍ନୁଙ୍କର ମୃତଦେହ ହସ୍ତାନ୍ତର ପରେ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details